ଅଜବ : ସିଟ୍‌ ବେଲ୍‌ଟ ପିନ୍ଧି ନଥିବାରୁ କଟିଲା ଅଟୋ ଚାଳକଙ୍କ ଚାଲାଣ

ନୂଆଦିଲ୍ଲୀ : ବିହାରରେ ଘଟିଥିବା ଏକ ଅଜବ ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠାରୁ ଦେଶର ଅନେକ କୋଣରେ ଗାଡ଼ି ଚାଳକମାନେ ଭାରି ଜରିମାନା ଭରୁଥିବା ଦେଖାଯାଉଛି । ଲୋକେ ଟ୍ରାଫିକ ନିୟମକୁ ନେଇ ଗମ୍ଭୀର ହେବା ସହ ନିୟମ ପାଳନ କରିବା ଆରମ୍ଭ କରିଛନ୍ତି । ତେବେ ଲୋକେ ସତର୍କ ହେଉଥିବା ବେଳେ ପୁଲିସମାନେ କରୁଥିବା ଭୁଲ ଏବେ ଆଲୋଚନାର ବିଷୟ ପାଲଟିଛି ।

Image result for bihar-auto-driver-fined-rs-1000-for-not-wearing-seat-belt
Zee Business

ବିହାରରେ ଜଣେ ଅଟୋ ଚାଳକଙ୍କ ୧,୦୦୦ଟଙ୍କାର ଚାଲାଣ କଟିଥିବା ଜଣା ପଡ଼ିଛି । କାରଣ ହେଉଛି, ସେ ଅଟୋ ଚଳାଇବା ସମୟରେ ସିଟ୍‌ ବେଲ୍‌ଟ ପିନ୍ଧି ନଥିଲେ । ଅଟୋରେ ସିଟ୍‌ ବେଲ୍‌ଟ ନଥାଏ ବୋଲି ସମସ୍ତଙ୍କୁ ଜଣା । କିନ୍ତୁ ଜଣେ ପୁଲିସ ଅଧିକାରୀ ଏଭଳି ଭୁଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାଳକଜଣଙ୍କ ଗରିବ ବୋଲି ଜାଣି ଟ୍ରାଫିକ ପୁଲିସ କର୍ମଚାରୀ ତାଙ୍କ ଉପରେ ସବନିମ୍ନ ୧,୦୦୦ଟଙ୍କା ଜରିମାନା ଲଗାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର