ବିହାର ବୋର୍ଡ଼ର ଅବହେଳା: ଛାତ୍ରଙ୍କୁ କଲେ ଛାତ୍ରୀ

ପାଟନା: ବିହାର ବୋର୍ଡ଼ କରିଥିବା ଏକ ବଡ଼ ଅବହେଳା ଏବେ ସାମ୍ନାକୁ ଆସିଛି । ବିହାର ବୋର୍ଡ଼ ଦ୍ୱାରା ସଞ୍ଚାଳିତ ସୀମୁଲତଲା ଆବାସୀୟ ବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ବଡ଼ ଅବହେଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୀମୁଲତଲା ଆବାସୀୟ ବିଦ୍ୟାଳୟରେ କରାଯାଉଥିବା ମୁଖ୍ୟ ପ୍ରବେଶିକା ପରୀକ୍ଷାରେ କିଛି ଛାତ୍ରମାନଙ୍କୁ ଛାତ୍ରୀ ବନାଇ ଦିଆ ଯାଇଥିବା ଜଣା ପଡ଼ିଛି । ପରୀକ୍ଷା ପାଇଁ ମିଳିଥିବା ଆଡ଼୍‍ମିଟ୍‌ କାର୍ଡ଼ରେ କିଛି ଛାତ୍ରଙ୍କ ନାଁ ପରିବର୍ତ୍ତେ ଛାତ୍ରୀଙ୍କ ନାଁ ଲେଖାଥିବାରୁ ଅନେକ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ଥିବା ଜଣା ପଡ଼ିଛି ।

The Indian Express

କିଛି ଛାତ୍ରମାନଙ୍କର ନାମ, ବର୍ଗ ଏବଂ ଲିଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥିବା ଦେଖା ଯାଇଛି । ଯେଉଁମାନେ ପୁରୁଷ ବର୍ଗର ପାରୀକ୍ଷାର୍ଥୀ ଥିଲେ ସେମାନଙ୍କ ନାଁ ଆଗରେ ମହିଳା ପରୀକ୍ଷାର୍ଥିଙ୍କ ନାଁ ଲେଖା ଯାଇଥିଲା । ଏହା ସହ ଯେଉଁମାନେ ମହିଳା ବର୍ଗରେ ପାରୀକ୍ଷାର୍ଥି ଥିଲେ ସେମାନଙ୍କ ନାଁ ଆଗରେ ପୁରୁଷ ପରୀକ୍ଷାର୍ଥିଙ୍କ ନାଁ ଲେଖା ଯାଇଥିବାର ଦେଖିବାକୁ ମିଳିଥିଲା । ଏହି ଅବହେଳା ପାଇଁ ପ୍ରକୃତ ଦୋଷୀ କିଏ? ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର