ଭିଡ଼ ହିଂସାରେ ମୃତ୍ୟୁବରଣ କରିବା ପରେ ସ୍ବାମୀର ଶବ ଚିହ୍ନଟ କରି ଅନ୍ତିମ ସଂସ୍କାର କରିଥିଲେ ସ୍ତ୍ରୀ, ଏବେ ୩ମାସ ପରେ ଘରକୁ ଫେରିଲେ ଯୁବକ

ପଟନା: ଅଗଷ୍ଟ ମାସରେ ହୋଇଥିବା ଭିଡ଼ ହିଂସାରେ ମୃତ୍ୟୁବରଣ କରିଥିବା କ୍ରିଷ୍ଣା ମାନଝୀ ଏବେ ଘରକୁ ଫେରିଛନ୍ତି। ମୃତ୍ୟୁ ପରେ ସ୍ତ୍ରୀ ଶବ ଚିହ୍ନଟ କରିବା ପରେ ଅନ୍ତିମ ସଂସ୍କାର କରାଯାଇଥିଲା। କିନ୍ତୁ ଏବେ ସ୍ବାମୀକୁ ଫେରିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛି ସ୍ତ୍ରୀ। କ୍ରିଷ୍ଣାଙ୍କ ପତ୍ନୀ ରୁଦି ଦେବୀଙ୍କ କହିବା ମୁତାବକ, ମୁଁ ସେ ସମୟରେ କ୍ରିଷ୍ଣାଙ୍କ ଶବକୁ ଚିହ୍ନି ପାରି ନଥିଲି, କାରଣ ତାଙ୍କ ଶରୀର ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ପୋଷାକକୁ ଦେଖି ଗାଁ ଲୋକେ ସେ ମୋର ସ୍ବାମୀ ବୋଲି କହିଥିଲେ। ଯାହାକୁ ମୁଁ ମାନି ନେଇଥିଲି। କିନ୍ତୁ ଏବେ ମୋ ସ୍ବାମୀ ଜୀବିତ ଥାଇ ଘରକୁ ଫେରିଛନ୍ତି। ଏବେ କ୍ରିଷ୍ଣାଙ୍କ ଫେରିବା ପରେ ବାସ୍ତବରେ କେଉଁ ଯୁବକଙ୍କ ମୃତ୍ୟୁ ହୋଇଥିଲା, ସେ ନେଇ ସନ୍ଧାନ ଆରମ୍ଭ କରିଛି ପୁଲିସ।

Image result for bihar-man-declared-dead-in-mob-lynching-returns-home
indiatoday.in

ସୂଚନା ମୁତାବକ, ଅଗଷ୍ଟ ୧୦, ୨୦୧୯ରେ କ୍ରିଷ୍ଣା ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରି ନଥିଲେ। ଯାହା ପରେ ପରିବାର ଲୋକେ ପୁଲିସରେ ଏ ନେଇ ଅଭିଯୋଗ କରିଥିଲେ। ସେହି ଦିନ ମହାତ୍ମାପୁରରେ ପିଲା ଚୋର ବୋଲି ଭାବି ଜଣେ ଯୁବକଙ୍କୁ ଗାଁ ଲୋକେ ମିଶି ହତ୍ୟା କରିଥିଲେ। ଏ ନେଇ ପୁଲିସକୁ ସନ୍ଧାନ ମିଳିବା ପରେ ପୁଲିସ କ୍ରିଷ୍ଣାଙ୍କ ପରିବାରକୁ ଶବ ଚିହ୍ନଟ ପାଇଁ ଡ଼କାଇଥିଲେ। ଯାହା ପରେ ପରିବାର ଲୋକେ ମୃତ ଦେହଟି କ୍ରିଷ୍ଣାଙ୍କର ବୋଲି କହିଥିଲେ। ଚିହ୍ନଟ ହେବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏବେ କ୍ରିଷ୍ଣାଙ୍କ ଜୀବନ୍ତ ଫେରିବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ମୃତ ଯୁବକ କିଏ ଥିଲେ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧିତ ଖବର