ବିବାହ ମଣ୍ଡପରେ ବର କଲା ଏପରି ବ୍ୟବହାର, କିଛି ସମୟ ଦେଖିବା ପରେ ରାଗିଯାଇ ସାର୍ଟ-ପ୍ୟାଣ୍ଟ କାଢ଼ିବାକୁ କହିଲେ କନ୍ୟାର ମା’

ଛପରା(ବିହାର) : ବିହାରର ଛପରାରେ ବିବାହ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ଦିନ ମଦ ପିଇ ବର ଆସିଥିବା ଜାଣି କନ୍ୟାପକ୍ଷ ଲୋକେ ରାଗି ଯାଇଥିଲେ । ମଦ ପିଇ ବର ହଙ୍ଗାମା କରିବାରୁ କନ୍ୟା ବିବାହ ପାଇଁ ମନା କରିଦେବା ସହ ବର ଏବଂ ବରଯାତ୍ରୀମାନଙ୍କୁ ବନ୍ଧକ ବନାଇ ଦିଆ ଯାଇଥିଲା । ସକାଳ ହେବା ପରେ ବର ପକ୍ଷକୁ ଦିଆ ଯାଇଥିବା ସମସ୍ତ ଯୌତୁକ ଫେରି ପାଇ କନ୍ୟା ପକ୍ଷ ବରପକ୍ଷକୁ ମୁକ୍ତ କରିଥିଲେ । ଏହା ସହ କନ୍ୟାର ମା’ ଏତେ ରାଗି ଯାଇଥିଲେ ଯେ, ସେ ବରକୁ ପିନ୍ଧିଥିବା ସାର୍ଟ-ପ୍ୟାଣ୍ଟକୁ କାଢ଼ିବା ପାଇଁ କହିଥିଲେ । ନିଜର ଭୁଲ ପାଇଁ ବର ବିବାହ ନ କରି ନିଜ ଘରକୁ ଫେରିଥିଲା ।

bhaskar.com

ସୂଚନା ମୁତାବକ, ଶିବପୂଜନ ଶାହଙ୍କ ପୁଅ ବବ୍‌ଲୁ କୁମାର ବିବାହ କରିବା ପାଇଁ ବରଯାତ୍ରୀ ନେଇ ଛପରା ଗାଁରେ ପହଞ୍ଚିଥିଲେ । ଛପରା ଗାଁର ତ୍ରିଭୂବନ ଶାହଙ୍କ ଝିଅ ରିଙ୍କିଙ୍କ ସହିତ ବବ୍‌ଲୁର ବିବାହ ହେବାକୁ ଥିଲା । କିନ୍ତୁ ବିବାହ ପାଇଁ ବେଦିରେ ବସିଥିବା ବେଳେ ବର ନିଶାଗ୍ରସ୍ଥ ଥିବାରୁ ଗାଳି ଗୁଲଜ କରିବା ଆରମ୍ଭ କରି ଦେଇଥିଲେ । ଏହା ସହ ବେଦି ପାଖରେ ବସିଥିବା ମହିଳାମାନଙ୍କୁ ଅଶାଳୀନ ଭାଷାରେ ଗାଳି ମଧ୍ୟ ଦେଇଥିଲେ । ବରର ଏଭଳି ବ୍ୟବହାର ଦେଖି କନ୍ୟା ବିବାହ ପାଇଁ ମନା କରି ବେଦିକୁ ଆସି ନଥିଲା । ଏହା ପରେ ପରେ କନ୍ୟାପକ୍ଷ ବରପକ୍ଷକୁ ବନ୍ଧକ କରି ରଖିବା ସହ ଯୌତୁକରେ ଯାହା ସବୁ ନେଇଥିଲେ, ତାହା ଦେବା ପାଇଁ କହିଥିଲେ । ବରପକ୍ଷ ସବୁ ଟଙ୍କା ଏବଂ ନେଇଥିବା ଜିନିଷ ଦେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର