ଛେଳିକୁ ଗିଳି ଘରର ଏକ କୋଣରେ ଶୋଇ ରହିଥିଲା ଅଜଗର, ଘରଲୋକେ ଏହି ଦୃଶ୍ୟ ଦେଖି ଦୌଡିବାକୁ ଲାଗିଲେ

ପାଟନା: ବିହାରର ବଗଜା ଜିଲ୍ଲାରେ ରିହାୟସି ଅଞ୍ଚଳରେ ଏକ ବିଶାଳ ଅଜଗରକୁ ଘର ଭିତରେ ଦେଖି ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ତେବେ ବର୍ଷା ଜଳରେ ଭାସି ଆସି ଅଜଗର ଘର ଭିତରେ ପଶି ଯାଇଥିବା ସ୍ଥାନୀୟଲୋକେ କହୁଛନ୍ତି।

ସୂଚନାଯୋଗ୍ୟ, ଅଜଗର ସହରର ନରଇପୁର ଅଞ୍ଚଳରେ ପଶି ଆସିଥିବା ସୂଚନା ମିଳିଛି। ଅଜଗର ଘର ଭିତରକୁ  ପଶି ଆସି ସେଠାରେ ବନ୍ଧା ହୋଇଥିବା ଏକ ଛେଳିକୁ ବି ଗିଳି ଦେଇଥିଲା। ଘରଲୋକ ଯେତେବେଳେ ଛେଳିକୁ ଖୋଜିଥିଲେ ଘରର ଏକ କୋଣରେ ଅଜଗର ଶୋଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଏହି ବିଶାଳକାୟ ଅଜଗରକୁ ଦେଖି ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ଅନୁମାନ କରାଯାଉଛି କି ବର୍ଷା ପାଣିରେ ଅଜଗର ଭାସି ସହର ଭିତରକୁ ଚାଲି ଆସିଥିଲା। ବିହାରର ଅଧିକାଂଶ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଅନେକ ଘର ବନ୍ୟା ପାଣିରେ ବୁଡି ରହିଛି। ଲୋକମାନଙ୍କୁ ସାପ ଓ ବିଷାକ୍ତ ଜନ୍ତୁର ଭୟଲାଗି ରହିଛି। ବନ୍ୟା ହେତୁ ୨୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବିହାରର ୧୨ଟି ଜିଲ୍ଲାରେ ବନ୍ୟା ହେତୁ ୩୩ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ସମ୍ବନ୍ଧିତ ଖବର