ମାସକ ମଧ୍ୟରେ ଇଞ୍ଜିନିୟରଙ୍କୁ ୭ଥର କାମୁଡ଼ିଲାଣି ଗୋଟାଏ ସାପ,ଜାଣନ୍ତୁ ରହସ୍ୟ ପାଲଟିଥିବା ଏହି ଘଟଣା ବିଷୟରେ

ପାଟନା : ନାଗ ଏବଂ ନାଗୁଣୀକୁ ନେଇ ଅନେକ କାହାଣୀ ଆପଣମାନେ ଶୁଣିଥିବେ । ପୂର୍ବରୁ ଫିଲ୍ମରେ ଏବଂ ଅସଲ ଜୀବନରେ ମଧ୍ୟ ନାଗ-ନାଗୁଣୀ ସହ ଜଡ଼ିତ ଅନେକ ଘଟଣା ସାମ୍ନାକୁ ଆସିଛି । ସେଥି ମଧ୍ୟରୁ କିଛି ସତ ଲାଗୁଥିବା ବେଳେ କିଛି ରହସ୍ୟ ହୋଇ ରହିଛି । ଏହାକୁ କିଛି ଲୋକ ଅନ୍ଧବିଶ୍ୱାସ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ସତ ବୋଲି ମାନିବାକୁ ବାଧ୍ୟ ହୋଇଥାନ୍ତି । ସେଭଳି କିଛି ଘଟଣା ଘଟିଛି ବିହାରର ରୋହତାସରେ । ବିହାରର ରୋହତାସରେ ରହୁଥିବା ଜଣେ ଇଞ୍ଜିନିୟରଙ୍କୁ ମାସକ ମଧ୍ୟରେ ୭ ଥର ସାପ କାମୁଡ଼ିଥିବା ଖବର ମିଳିଛି । ୭ଥର ସାପ କାମୁଡ଼ିବା ପରେ ଅତି କଷ୍ଟରେ ଡ଼ାକ୍ତର ତାଙ୍କୁ ବଞ୍ଚାଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କୁ ୭ଥର ଗେଟାଏ ସାପ କାମୁଡ଼ିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ମୁତାବକ, ବିହାରରେ ରହୁଥିବା ଆଶୁତୋଷ ଔରାଙ୍ଗାବାଦ୍‌ରେ ଏକ ଘରୋଇ କମ୍ପାନିରେ ଇଞ୍ଜିନିୟର ଭାବେ କାମ କରନ୍ତି । ପ୍ରଥମେ ଆଶୁତୋଷଙ୍କୁ ବାଥ୍‌ରୁମ୍‌ରେ ସେପ୍ଟେମ୍ବର ୨୬ରେ ସାପ କାମୁଡ଼ିଥିଲା । ଏହା ପରେ ତାଙ୍କୁ କ୍ଲିନିକ୍‌ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ଠିକ୍‌ ହୋଇ ଘରକୁ ଫେରିବାର କିଛି ଦିନ ପରେ ସେହି ସାପ ପୁଣି ଥରେ କାମୁଡ଼ିଥିଲା । ଯାହା ପରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଡ଼ାକ୍ତର ଆଶୁତୋଷଙ୍କ ରକ୍ତ ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ ।

oneindia.com

ଦ୍ୱିତୀୟ ଥର କାମୁଡ଼ିବାର ସପ୍ତାହ ପରେ ଆଶୁତୋଷ ଘରେ ଶୋଇଥିବା ସମୟରେ ସାପଟି ତୃତୀୟ ଥର କାମୁଡ଼ିଥିଲା । ପ୍ରତି ଥର ଆଶୁତୋଷ ଭଲ ହୋଇ ଆସିବାର କିଛି ଦିନ ପରେ ସାପ କାମୁଡ଼ିବା ଘଟଣା ମାସେ ପର୍ଯ୍ୟନ୍ତ ଚାଲୁ ରହିଲା । ଅକ୍ଟୋବର ୨୬ରେ ସପ୍ତମ ଥର ସାପ କାମୁଡ଼ିବା ପରେ ମଧ୍ୟ ତାଙ୍କୁ ଡ଼ାକ୍ତର ବଞ୍ଚାଇ ଦେଇଥିଲେ । କିନ୍ତୁ ୭ ଥର ଏପରି ହେବା ପରେ ଆଶୁତୋଷ ଏବଂ ତାଙ୍କ ପରିବାର ଲୋକଙ୍କ ମନରେ ଏବେ ଡ଼ର ପଶି ଯାଇଛି । ଡ଼ରରେ ଏବେ ଆଶୁତୋଷ ଶୋଇବା ଛାଡ଼ି ଦେଇଥିବା କହିଛନ୍ତି । ଏ ପର୍ଯ୍ୟନ୍ତ ତାଙ୍କୁ ସାପ ବାରମ୍ବାର କ’ଣ ପାଇଁ କାମୁଡ଼ୁଛି ବୋଲି କାରଣ ଜାଣି ପାରୁନାହାନ୍ତି ଆଶୁତୋଷ ।

ସମ୍ବନ୍ଧିତ ଖବର