ବିହାର: ନର୍ସିଙ୍ଗ୍‌ ପ୍ରବେଶିକା ପରୀକ୍ଷା ଆରମ୍ଭ ଆଗରୁ ଯୁବତୀମାନେ ପିନ୍ଧିଥିବା ପୋଷାକର ହାତ କଟାଗଲା

ପାଟନା: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିହାରର ମୁଜାଫରପୁର ଜିଲ୍ଲାରେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଯୁବତୀମାନଙ୍କ ପିନ୍ଧା ପୋଷାକର ହାତ ସବୁ ସମସ୍ତଙ୍କ ସାମ୍ନାରେ ଇନ୍‌ଭିଜିଲେଟର୍‌ମାନେ କାଟି ପକାଇଥିବା କଥା ଜଣେ ଅଧିକାରୀ ରବିବାର ଦିନ କହିଛନ୍ତି।

ଶନିବାର ଦିନ ଘଟିଥିବା ଏହି ଘଟନାର ଫୁଟେଜ୍‌ ଆଞ୍ଚଳିକ ଚାନେଲ୍‌ଗୁଡ଼ିକରେ ପ୍ରସାରିତ ହେବା ପରେ ସ୍ଥାନୀୟ ଜନତା ଏବଂ ଯୁବତୀମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଜାଗି ଉଠିଥିବା କଥା ସେ କହିଛନ୍ତି।

ପୂରା ହାତ ଥିବା ପୋଷାକ ପିନ୍ଧି ନ ଆସିବାକୁ ‘ବିହାର କମ୍ବାଇନଡ୍‌ ଏଣ୍ଟ୍ରାନ୍‌ସ୍‌ କମ୍ପିଟିଟିଭ୍‌ ଏକ୍‌ଜାମିନେସନ୍‌ ବୋର୍ଡ’ର ନର୍ସିଙ୍ଗ୍‌ ପ୍ରବେଶିକା ପରୀକ୍ଷା ପାଇଁ ନଅାଁ ଦେଇଥିବା ମହିଳା ପ୍ରାର୍ଥୀନୀଙ୍କୁ କୁହାଯାଇ ଥିଲେ ମଧ୍ୟ କେତେକ ତାହା ଅମାନ୍ୟ କରିଥିଲେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଲଲନ ପ୍ରସାଦ ସିଂହ କହିଛନ୍ତି।

ଫୁଟେଜ୍‌ରେ ଦେଖାଯାଉଛି ପରୀକ୍ଷା କେନ୍ଦ୍ରର କର୍ମଚାରୀ ସଦସ୍ୟମାନେ ଗୋଟାଏ ପବ୍ଲିକ୍‌ ସ୍କୁଲ୍‌ରେ କଇଁଚି ଓ ବ୍ଲେଡ୍‌ରେ ଯୁବତୀମାନଙ୍କ ପୋଷାକର ହାତ କାଟି ପକାଉଛନ୍ତି। ଘଟଣା ସଂକ୍ରାନ୍ତରେ ଶିକ୍ଷା ବିଭାଗ ଅନୁସନ୍ଧାନ କରୁଛି। ସେ ସ୍କୁଲ୍‌କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଅନୁଷ୍ଠିତ କରାଇବାରୁ ମଧ୍ୟ ବଞ୍ଚିତ କରାଯିବ।

ସିଂହ କହନ୍ତି: କେବଳ ମହିଳା କର୍ମଚାରୀଙ୍କୁ ଏ କାର୍ଯ୍ୟରେ ସଂଶ୍ଳିଷ୍ଟ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନର ଉଦ୍ଦେଶ୍ୟ ପ୍ରଶ୍ନୋଦ୍ଦୀପକ ନୁହେଁ, କିନ୍ତୁ ସମସ୍ୟା ହେଲା ସମସ୍ତଙ୍କ ସାମ୍ନାରେ ପ୍ରାର୍ଥୀମାନଙ୍କର ପୋଷାକ ହାତ ଯାହା କଟାଗଲା।

ସମ୍ବନ୍ଧିତ ଖବର