ବିଜୟ ମାଲ୍ୟା ମାମଲା:ବ୍ରିଟେନ ଅଦାଲତ ସିବିଆଇର ଦଲିଲ୍‌ ଗ୍ରହଣ କଲେ

ନୂଆଦିଲ୍ଲୀ, : ଭାରତର ବିଭିନ୍ନ ବ୍ୟାଙ୍କର ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ବିଦେଶ ପଳାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ତଥ୍ୟ ପ୍ରମାଣକୁ ବ୍ରିଟେନ ଅଦାଲତ ଗ୍ରହଣ କରିଛନ୍ତି। ୧୧ ଜୁଲାଇରେ ଏ ବାବଦରେ ନିର୍ଣ୍ଣାୟକ ରାୟ ପ୍ରକାଶ ପାଇବ। ଏହି ସମୟ ମଧ୍ୟରେ ମାମଲା ନେଇ ମାଲ୍ୟାଙ୍କ ବୟାନ ବିଭିନ୍ନ ପର୍ଯ୍ୟାୟରେ ରେକର୍ଡ କରାଯିବ ଏବଂ ସିବିଆଇ ଦାଖଲ କରିଥିବା ପ୍ରମାଣକୁ ତର୍ଜମା କରି କୋର୍ଟ ତାଙ୍କ ରାୟ ଶୁଣାଇବେ। ମାଲ୍ୟା ଏବେ ଲଣ୍ଡନରେ ଜାମିନରେ ଅଛନ୍ତି। ସ୍କଟ୍‌ଲ୍ୟାଣ୍ଡ ପୁଲିସ ଗତବର୍ଷ ଏପ୍ରିଲରେ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିବା ପରେ ବ୍ରିଟେନର େଓ୍ଵଷ୍ଟମିନିଷ୍ଟର ଅଦାଲତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ମାଲ୍ୟାଙ୍କୁ ଲଣ୍ଡନରେ ଗିରଫ କରି ଭାରତ ପ୍ରତ୍ୟର୍ପଣ କରିବା ଦାବିକୁ ପୂର୍ବ ଶୁଣାଣିରେ ଅଦାଲତ ପ୍ରତ୍ୟଖ୍ୟାାନ କରିବା ସହ ଏହି ମାମଲାରେ ଭାରତୀୟ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟ ସମପରିମାଣରେ ଦାୟୀ ବୋଲି କହିଥିଲେ। ମାର୍ଚ୍ଚ ୧୬ ଶୁଣାଣିରେ ବିଚାରପତି କହିଥିଲେ ଯେ ମାଲ୍ୟାଙ୍କ ମାଲିକାନାରେ ଥିବା କିଙ୍ଗ୍‌ ଫିସର ଏୟାରଲାଇନ୍‌୍‌ସକୁ ଋଣ ପ୍ରଦାନ କରିବା ବେଳେ ଅନେକ ନୀତି ନିୟମକୁ ଅଣଦେଖା କରାଯାଇଥିଲା।

ସମ୍ବନ୍ଧିତ ଖବର