ଟ୍ରାଫିକ୍‌ ଜାମ୍‌କୁ ଏଡ଼ାଇବ ବାଇକ୍‌ ଆମ୍ବୁଲାନ୍ସ : ଭିଡ଼ କାଟି ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବ

ମୁମ୍ବାଇ : ପ୍ରତିଦିନ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଜରୁରୀକାଳିନ ପରିସ୍ଥିତ ଉପୁଜିଥାଏ । ବେଳେ ବେଳେ ଠିକ୍‌ ସମୟରେ ଡ଼ାକ୍ତରଖାନାରେ ପହଞ୍ଚି ନ ପାରିବାରୁ ରୋଗୀର ମୃତ୍ୟୁ ହୋଇଥାଏ । ତେବେ ଏହି ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ମୁମ୍ବାଇର ଏକ ସଂସ୍ଥା ସମାଧାନର ବାଟ ବାହାର କରିଥିବା ଜଣାପଡ଼ିଛି। ୨୪ ଘଣ୍ଟା ଲୋକମାନଙ୍କ ସେବା କରିବା ପାଇଁ ମୁମ୍ବାଇର ଲୋଧା ଫାଉଣ୍ଡେସନ୍‌ ବାଇକ୍‌ ଆମ୍ବୁଲାନ୍ସର ଉନ୍ମୋଚନ କରିଥିବା ସୂଚନା ମିଳିଛି ।

indiatimes.com

ଏହି ୨୪ ଘଣ୍ଟିଆ ବାଇକ୍‌ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ପାଇଁ ଦରକାର ହେଉଥିବା ଜିନିଷ ରହିବା ସହ ଏକ ଅକ୍ସିଜେନ ସିଲିଣ୍ଡର ରହିଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଟ୍ରାଫିକ୍‌ ଜାମ ବଢ଼ୁଥିବା ବେଳେ ରୋଗୀଙ୍କୁ ଠିକ୍‌ ସମୟରେ ଡ଼ାକ୍ତରଖାନା ପହଞ୍ଚାଇବା ସମ୍ଭବ ହେଉ ନାହିଁ । ଉପଲବ୍ଧ ଥିବା ସବୁ ଆମ୍ବୁଲାନ୍ସଗୁଡ଼ିକ ଚାରିଚକିଆ ହୋଇଥିବାରୁ ସାମାନ୍ୟ ଜାମରେ ତାହା ରାସ୍ତାରେ ଫସି ରହୁଛି । ଯାହା ଫଳରେ ବେଳେ ବେଳେ ରୋଗୀଙ୍କ ଜୀବନ ମଧ୍ୟ ଚାଲି ଯାଉଛି । ଏ ସବୁ ସମସ୍ୟାକୁ ଆଖି ଆଗରେ ରଖି ମୁମ୍ବାଇର ଏହି ଚାରିଟେବୁଲ ଟ୍ରଷ୍ଟ ବାଇକ୍‌ ଆମ୍ବୁଲାନ୍ସ ବାହାର କରିଛନ୍ତି । ଯାହା ମାଧ୍ୟମରେ ବିନା ମୂଲ୍ୟରେ ଖୁବ୍‌ କମ ସମୟରେ ଲୋକମାନେ ଡ଼ାକ୍ତରଖାନା ପହଞ୍ଚି ପାରିବେ ।

ସମ୍ବନ୍ଧିତ ଖବର