କିଛି ସମୟ ମଧ୍ୟରେ ଚଳନ୍ତା ବାଇକ୍‌ଟି ନିଆଁ ପିଣ୍ଡୁଳା ପାଲଟି ଯାଇଥାଆନ୍ତା, ପୁଲିସର ଉପସ୍ଥିତ ବୁଦ୍ଧି ହେତୁ ବର୍ତ୍ତିଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ଇଟାଓ୍ଵା: ଉତ୍ତରପ୍ରଦେଶ ଇଟାଓ୍ଵାରେ ପୁଲିସର ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଉତ୍ତର ପ୍ରଦେଶ ପୁଲିସର ଟୁଇଟର ହ୍ୟାଣ୍ଡେଲ ୍‌‘ୟୁପି ୧୦୦’ରୁ ଏକ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓ ଏକ୍ସପ୍ରେସ୍‌ େଓ୍ଵର ବୋଲି ଜଣାପଡ଼ିଛି।

ଭିଡିଓରେ ଦେଖିବାକୁ ମିଳୁଛି, ଏହି ରାସ୍ତାରେ ଦେଇ ସ୍ୱାମୀ-ସ୍ତ୍ରୀ ଏକ ବାଇକ୍‌ରେ ଯାଉଛନ୍ତି। ଏହି ସମୟରେ ତାଙ୍କ ବାଇକ୍‌ରେ ଲାଗିଥିବା ସାଇଡ୍‌ ବ୍ୟାଗରେ ହଠାତ ନିଆଁ ଲାଗି ଯାଉଛି। ତେବେ ଏହି ନିଆଁ ଲାଗିବା ଖବର ବାଇକ୍‌ ଚାଳକଙ୍କୁ ତିଳେମାତ୍ର ଜଣା ନଥିଲା।

Oneindia Hindi

ପୁଲିସ ପକ୍ଷରୁ ଟୁଇଟରରେ ସେୟାର କରାଯାଇଥିବା ଭିଡିଓ ଅନୁସାରେ, # ଇଟାଓ୍ଵା-ପିଆରଭି୧୬୧୭, ୧୦୮ କିମିରୁ ୧୧୨ ଅଭିମୁଖେ ଯାଉଥିବା ଏକ ବାଇକ୍‌ରେ ଲାଗିଥିବା ବ୍ୟାଗ୍‌ରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ସମୟ ବିଳମ୍ବ ନକରି ୪କିମି ପର୍ଯ୍ୟନ୍ତ ପୁଲିସ ଏହି ବାଇକ୍‌ର ପିଛା କରି ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲା। ବାଇକ୍‌ରେ ନିଆଁ ଲାଗିବା ଜାଣି ସ୍ୱାମୀ-ସ୍ତ୍ରୀ ଭୟଭୀତ ହୋଇ ଯାଇଥିଲେ। ପରେ ପୁଲିସ ଏହି ନିଆଁକୁ ସୁରକ୍ଷିତ ଭାବେ ଆୟତ୍ତ କରି ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲା।

ୟୁପି ପୁଲିସର ଏହି କାମ ପାଇଁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର