ସରକାରଙ୍କର ଏହି ନୂଆ ନିୟମ ଜାରି ହେବା ପରେ ଆଉ ରାସ୍ତାରେ ଗଡ଼ି ପାରିବନି ମୋଟର୍‌ସାଇକେଲ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ କଟକଣା ଜାରି ହୋଇପାରେ। ସୂଚନା ମୁତାବକ, ଯଦି ସରକାର ମୋଟର ହ୍ଵିଲର ଆକ୍ଟ ସହ ଜଡିତ ଏହି ନୂଆ ବିଲ୍‌ ପାସ୍‌ କରନ୍ତି ତେବେ ରାଜରାସ୍ତାରୁ ମୋଟରସାଇକେଲ ଗାଏବ ହୋଇପାରେ। ବଡ଼ କଥା ହେଲା କି, ମୋଟର ହ୍ଵିଲର ଆକ୍ଟ ସହ ଜଡ଼ିତ ଏହି ନିୟମ ମଧ୍ୟପ୍ରଦେଶର ଜବଲପୁର ସହରରେ ଆରମ୍ଭ କରି ଦିଆଯାଇଛି। ଖୁବ୍‌ ଶୀଘ୍ର କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏନେଇ ରାଜ୍ୟ ସଭାରେ ଏକ ବିଲ ମଧ୍ୟ ଉପସ୍ଥାପନା କରିପାରନ୍ତି ବୋଲି ଶୁଣିବାକୁ ମିଳିଛି ଆଉ ଯଦି ଏହି ବିଲଟି ରାଜ୍ୟସଭାରେ ପାରିତ ହୋଇଯାଏ ତେବେ ମୋଟର ହ୍ଵିଲର ଆକ୍ଟରେ ପୁଣି ଏକ ନିୟମ ଶକ୍ତିଶାଳୀ ହୋଇଯିବ। ଯାହାଦ୍ୱାରା ମୋଟର ହ୍ଵିଲର ଆକ୍ଟର ଉଲ୍ଲଂଘନ କରୁଥିବା ଗାଡ଼ି ତିଆରି କରୁଥିବା କଂପାନୀଗୁଡିକ ଉପରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଉଭୟ ଜରିମାନା ଏବଂ ଦଣ୍ଡାଦେଶ ଭଳି କଡ଼ା ନିୟମ ଜାରି କରାଯିବ।

ମଧ୍ୟପ୍ରଦେଶ ଜବଲପୁରର ଆନନ୍ଦନଗର ନିବାସୀ ଜଣେ ସାମାଜିକ କର୍ମୀ ୨୦୦୮ରେ ଏମପି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ସେ ଅଭିଯୋଗ କରିଥିଲେ କି, ଅନେକ ମୋଟର ସାଇକେଲ ପଛରେ ବସୁଥିବା ବ୍ୟକ୍ତିର ସୁରକ୍ଷା ସମେତ ଅନ୍ୟ କୌଣସି ଜରୁରୀ ବ୍ୟବସ୍ଥା ଦିଆଯାଇନାହିଁ। ଯାହାକି ମୋଟର ହ୍ଵିଲର ଆକ୍ଟର ଧାରା ୧୨୩ର ଖୋଲାଖୋଲି ଭାବରେ ଉଲ୍ଲଂଘନ। ଆଉ ଏମପି ହାଇକୋର୍ଟ ଅଭିଯୋଗକର୍ତ୍ତାଙ୍କ ଯୁକ୍ତିକୁ ସଠିକ୍‌ ବୋଲି ଗ୍ରହଣ କରିଥିଲେ ଏବଂ ୨୫ ନଭେମ୍ବର ୨୦୦୮ରେ ମୋଟର ସାଇକେଲର ବିକ୍ରି ଉପରେ ରୋକ୍‌ ଲଗାଇଦେଇଥିଲେ। ଏହାପରେ ସାରା ସହଜରେ ହଇଚଇ ସୃଷ୍ଟି ହୋଇଯାଇଥିଲା ପରେ ମୋଟର ସାଇକେଲ ର୍ନିମାଣ କଂପାନୀମାନେ ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ।

ତେବେ ମାନ୍ୟବର ସୁପ୍ରିମକୋର୍ଟ କଂପାନୀମାନଙ୍କ ଅଭିଯୋଗ ଉପରେ ୫ ଡିସେମ୍ବର ୨୦୦୮ରେ ହାଇକୋର୍ଟର ନିଷ୍ପତିକୁ ସ୍ଥଗିତ କରିଦେଇଥିଲେ। ଏହାଦ୍ୱାରା କଂପାନୀମାନଙ୍କୁ ଆଶ୍ୱସ୍ତି ମିଳିଥିଲା। ମାତ୍ର ସୁପ୍ରିମକୋର୍ଟ ଗତ ୨୩ ଫେବୃଆରୀରେ ମୋଟର ସାଇଲେକ ର୍ନିମାତା କଂପାନୀମାନଙ୍କ ପିଟିସନକୁ ଖାରଜ କରିଦେଇଥିଲା। ତେବେ ଭୟ ରହିଛି କି ମୋଟର ହ୍ଵିଲର ଆକ୍ଟ ମାନକ ସଂପୂର୍ଣ୍ଣ କରୁ ନଥିବା ମୋଟର ସାଇକେଲ ଉପରେ କେବଳ ମଧ୍ୟପ୍ରଦେଶରେ ହିଁ ନୁହେଁ ବରଂ ସାରା ଦେଶରେ ବି ପ୍ରତିବଦ୍ଧକ ଲଗାଯାଇପାରେ।

ସମ୍ବନ୍ଧିତ ଖବର