ଟ୍ରାଫିକ୍‌ରେ ଚେକିଂ ଚାଲୁଥିବା ଦେଖି ଗାଡ଼ିର ଗତି ବଢ଼ାଇଦେଲେ ବାଇକ୍‌ ଚାଳକ, ତା’ପରର ଘଟଣା ଦେଖି ସ୍ତବ୍ଧ ହୋଇଗଲେ ଉପସ୍ଥିତ ଲୋକେ

ମୁମ୍ବାଇ: ଆପଣମାନେ ଟ୍ରଫିକ୍‌ ସିଗ୍‌ନାଲ ନେଇ ଯିବା ଆସିବା କରିଥିବେ ନିଶ୍ଚୟ । କିଛି ଲୋକ ଆଇନ ଭଙ୍ଗ କରି ଟ୍ରାଫିକ୍‌ ସିଗ୍‌ନାଲ କିଭଳି ଭାବରେ ଭାଙ୍ଗିଥାନ୍ତି, ତାହା ବି ଆପଣମାନେ ଦେଖିଥିବେ । ହେଲ୍‌ମେଟ୍‌ ନ ପିନ୍ଧିଥିବା ବେଳେ ଚେକିଂ ଚାଲୁଥିବା ଦେଖି କିଛି ଲୋକ ଗାଡ଼ିର ଗତି ବଢ଼ାଇ ଦେଉଥିବା ବେଳେ କିଛି ଲୋକ ବିଭିନ୍ନ ଗଳି ଦେଇ ଚାଲି ଯାଇଥାନ୍ତି । ତେବେ ମୁମ୍ବାଇରେ ଜଣେ ଯୁବକଙ୍କୁ ଟ୍ରାଫିକ୍‌ ସିଗ୍‌ନାଲରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି ।

Newsflare

ସୂଚନା ମୁତାବକ, ମୁମ୍ବାଇର ଏକ ଟ୍ରାଫିକ୍‌ ସିଗ୍‌ନାଲରେ ଚେକିଂ ହେଉଥିବା ଦେଖି ହେଲ୍‌ମେଟ ପିନ୍ଧି ନଥିବା ଜଣେ ଯୁବକ ଡ଼ରରେ ସ୍କୁଟିର ଗତି ବଢ଼ାଇ ଦେଇଥିଲେ । ଚେକିଂ କରୁଥିବା ପୁଲିସକର୍ମୀ ଚାଳକକୁ ରୋକିବା ପାଇଁ ରାସ୍ତା ମଝିକୁ ଚାଲି ଆସିବାରୁ ସ୍କୁଟି ସହ ଧକା ଖାଇ ଦୁହେଁ ଛିଟିକି ପଡ଼ିଥିଲେ । ଏହି ଘଟଣା ପରେ ଦୁହେଁ ଆହତ ହୋଇଥିବା ବେଳେ ସେମାନଙ୍କୁ ଏବେ ଚିକିତ୍ସା କରାଯାଉଛି । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଚାଳକକୁ ଗିରଫ କରାଯିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର