ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ ଆଜି ଲୋକସଭାରେ ଆଗତ ହେବ। ଗୃହମନ୍ତ୍ରୀ ଅମିତ୍ ଶାହ ସୋମବାର ଅପରାହ୍ଣରେ ଏହି ବିଲ୍କୁ ଆଗତ କରିବେ। ଏହା ପରେ ଏହି ବିଲ୍ ଉପରେ ଆଲୋଚନା ହେବ। ଉକ୍ତ ବିଲ୍ରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ତେବେ ଏହି ବିଲ୍କୁ ନେଇ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଜୋରଦାର ପ୍ରତିବାଦ ଆରମ୍ଭ ହୋଇଯାଇଛି। ବହୁସଂଖ୍ୟକ ପ୍ରତିଷ୍ଠାନ ଏବଂ ଜନତା ଏହାକୁ ବିରୋଧ କରୁଛନ୍ତି। ଏହି ବିଲ୍ ଆଇନରେ ପରିଣତ ହେଲେ ଆସାମ ରାଜିନାମା ୧୯୮୫ର ବ୍ୟବସ୍ଥାର ପ୍ରାସଙ୍ଗିକତା ରହିବ ନାହିଁ। ଏହି ରାଜିନାମାରେ ଯେ କୌଣସି ଧର୍ମର ଆପ୍ରବାସୀମାନଙ୍କୁ ଦେଶରୁ ତଡ଼ିବା ଲାଗି ୧୯୭୧ ମସିହା ମାର୍ଚ୍ଚ ୨୪ ତାରିଖକୁ ଶେଷ ଦିବସ ଭାବେ ଧରାଯାଇଛି। ଉକ୍ତ ବିଲ୍କୁ ବିରୋଧ କରି ଉତ୍ତର ପୂର୍ବ ଛାତ୍ର ସଂଗଠନ (ଏନଇଏସଓ) ଆସନ୍ତା ୧୦ ତାରିଖରେ ବନ୍ଦ ଡ଼ାକରା ଦେଇଛି। ନାଗରିକତା ସଂଶୋଧନ ବିଲ୍ ୨୦୧୯ରେ ଥିବା ବ୍ୟବସ୍ଥା ଅନୁଯାୟୀ, ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ଯାତିତ ହୋଇ ଭାରତକୁ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ସେମାନଙ୍କ ବେଆଇନ ଆପ୍ରବାସୀ ଭାବେ ବିବେଚନ କରା ନଯାଇ ଭାରତୀୟ ନାଗରିକ ମାନ୍ୟତା ଦିଆଯିବ।
ଆଜି ଲୋକସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍
/sambad/media/post_attachments/wp-content/uploads/2019/12/parliament-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)