ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, କ୍ୟାବିନେଟ୍‌ରେ ବିଲ୍‌କୁ ମିଳିଲା ମଞ୍ଜୁରି

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍‌ ବୟସର ନାବାଳିକାକୁ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ। ଏମିତି କି ମୃତ୍ୟୁଦଣ୍ଡ ବି ଦିଆଯାଇ ପାରିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଏକ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହି ଫୌଜଦାରି ଆଇନ (ସଂଶୋଧନ) ବିଲ୍‌, ୨୦୧୮କୁ ଆଗତ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର