ବିନୋଦ ଖାନ୍ନାଙ୍କ ପ୍ରଥମ ପତ୍ନୀଙ୍କ ପରଲୋକ

ମୁମ୍ବାଇ: ଦିବଂଗତ ଅଭିନେତା ବିନୋଦ ଖାନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳିଙ୍କର ଆଜି ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ମହାରାଷ୍ଟ୍ରର ରାଇଗଡ଼ସ୍ଥିତ ତାଙ୍କ ଫାର୍ମ ହାଉସ୍‌ରେ ଗୀତାଞ୍ଜଳି ଶେଷନିଃଶ୍ବାସ ତ୍ୟାଗ କରିଥିବା ପରିବାର ସୂତ୍ରରୁ ପ୍ରକାଶ। ସେ କିଛିଦିନ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ଅଭିନେତା ପୁତ୍ର ଅକ୍ଷୟ ଖାନ୍ନା ସ୍ବାସ୍ଥ୍ୟସେବା ତଦାରଖ କରୁଥିଲେ। ବିଜେପି ସାଂସଦ ଥିବା ବିନୋଦ ଖାନ୍ନାଙ୍କର ୨୦୧୭ ଏପ୍ରିଲ୍‌ରେ ପରଲୋକ ଘଟିଥିଲା। ୧୯୮୫ରେ ବିନୋଦ ଗୀତାଞ୍ଜଳିଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ କବିତାଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର