ରାଜ୍ୟରେ ୫ଟି ସ୍ଥାନରେ ରନ୍ଧନ ତୈଳରୁ ବା‌େୟା ଡିଜେଲ୍‌ ଉତ୍ପାଦନ କରାଯିବ

ବେଙ୍ଗାଲୁରୁ: ରାଜ୍ୟର ପାଞ୍ଚଟି ସ୍ଥାନରେ ରନ୍ଧନ ତୈଳରୁ ବାୟୋ ଡିଜେଲ୍ ଉତ୍ପାଦନ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ଲିଖିତ ସୂଚନା ଦେଇଛନ୍ତି। ଦେଶର ୧୦୦ଟି ସ୍ଥାନରେ ରନ୍ଧନ ତୈଳରୁ ବାୟୋ ଡିଜେଲ୍ ଉତ୍ପାଦନ କରିବା ଲାଗି ତେଲ କଂପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତୀ  ସମୟରେ ତାହାକୁ ୨୦୦ଟି ସ୍ଥାନକୁ ବୃଦ୍ଧି କରାଯାଇଛି। ବାୟୋ ଡିଜେଲ୍ ମୂଲ୍ୟ କ୍ରମାଗତ ତିନି ବର୍ଷ ପାଇଁ ସ୍ଥିର ହୋଇଛି। ପ୍ରଥମ ବର୍ଷ ପାଇଁ ଲିଟର ପିଛା ୫୧ ଟଙ୍କା, ଦ୍ବିତୀୟ ବର୍ଷରେ ୫୨ ଟଙ୍କା ୭ ପଇସା ଓ ତୃତୀୟ ବର୍ଷ ପାଇଁ ୫୪ ଟଙ୍କା ୫ ପଇସା ରଖିବାକୁ ନିଷ୍ପତ୍ତି ହୋଇଛି। ଏହା ଉପରେ ଜିଏସ୍‌ଟି ଓ ପରିବହନ ଶୁଳ୍କ ଲାଗୁ କରାଯିବ।

ସମ୍ବନ୍ଧିତ ଖବର