ପିଓକେରେ ଭାରତୀୟ ସେନାର ଆକ୍ରମଣ ନେଇ ଗଣମାଧ୍ୟମରେ ମୁହଁ ଖୋଲିଲେ ସେନା ମୁଖ୍ୟ ବିପିନ ରାଓ୍ଵତ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କଶ୍ମୀରରେ ଭାରତୀୟ ସେନାର ଆକ୍ରମଣ ଉପରେ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ସେନା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ। ସେ କହିଛନ୍ତି କି ପିଓକେରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିବାକୁ ଭାରତୀୟ ସେନା ତୋପ ବନ୍ଧୁକ ବ୍ୟବହାର କରିଥିଲା।

ସେ କହିଛନ୍ତି ଯେ ଏହି ଆକ୍ରମଣରେ ପାକିସ୍ତାନର ୬ ରୁ ୧୦ ଜଣ ଯବାନ ନିହତ ହୋଇଛନ୍ତି। ୩ଟି ଶିବିର ଧ୍ୱଂସ ହୋଇଛି। ସମାନ ସଂଖ୍ୟକ ଆତଙ୍କବାଦୀ ବି ନିପାତ ହୋଇଛନ୍ତି।

ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ଗତକାଲିଠାରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନର ପାଲଟା ଜବାବ ଦେବାକୁ ଏହି ଆକ୍ରମଣ କରାଯାଇଛି।

ସମ୍ବନ୍ଧିତ ଖବର