ପୁଣି ବିପ୍ଳବ ଦେବଙ୍କ ବିବାଦୀୟ ମନ୍ତବ୍ୟ:ମେକାନିକାଲ ଇଞ୍ଜିନିୟର ସିଭିଲ ସର୍ଭିସରେ ଯୋଗ ଦେବା ଅନୁଚିତ

ଅଗରତାଲା: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଆଜି ପୁଣି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେକାନିକାଲ ଇଞ୍ଜିନିୟର ମାନେ ସିଭିଲ ସର୍ଭିସରେ ଯୋଗ ଦେବା ଅନୁଚିତ। ସିଭିଲ୍‌ ସର୍ଭିସ୍‌ରେ କେବଳ ସିଭିଲ ଇଞ୍ଜିନିୟରମାନେ ଯୋଗଦେଲେ ନିର୍ମାଣ କାର୍ଯ୍ୟରେ ଉନ୍ନତି ହୋଇପାରିବ। ଉଲ୍ଲେଖଯୋଗ୍ୟ, ଅଗରତାଲାରେ ସିଭିଲ ସର୍ଭିସ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିପ୍ଳବ ଦେବ ଏଭଳି ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର