କେରଳରେ ବାର୍ଡ ଫ୍ଲୁ, ଆଲର୍ଟ ଜାରି

ଥିରୁଅନନ୍ତପୁରମ୍‌ : ଗୋଟିଏ ପଟେ କରୋନା ଭାଇରସ୍‌ ଆତଙ୍କ ଏବଂ ଅନ୍ୟପଟେ ବାର୍ଡ ଫ୍ଲୁ କେରଳ ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି। କେରଳର କୋଜିକୋଡ୍‌ ଜିଲ୍ଲା କୋଦିୟାଥୁର୍‌ ଅଞ୍ଚଳର ଦୁଇଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ନମୁନା ପଜିଟିଭ ଆସିବା ପରେ କେରଳ ସରକାର ଏହି ଦୁଇଟି କୁକୁଡା ଫାର୍ମର ସବୁ କୁକୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳରେ ବାର୍ଡ ଫ୍ଲୁ ବ୍ୟାପିବା‌ ଜଣାପଡ଼ିବା ପରେ ପଶୁ ପାଳନ ବିଭାଗ, ସ୍ବା‌ସ୍ଥ୍ୟ ଏବଂ ପୁଲିସ ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ସମସ୍ତ କୁକୁଡ଼ା ମାରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କିଛି ଦିନ ଧରି ଏହି ଫାର୍ମରେ କୁକୁଡ଼ା ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ବ୍ୟାପକ ଯାଞ୍ଚ କରାଯାଇଛି। ଏଥିରୁ ବାର୍ଡ ଫ୍ଲୁ ବ୍ୟାପିବା ଜଣାପଡ଼ିବା ପରେ ସରକାରଙ୍କ ପକ୍ଷରୁ ହାଇ ଆର୍ଲଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର