ନିଜ ପଦବୀରୁ ଇସ୍ତଫା ଦେଲେ ଆରବିଆଇର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା । ନିଜ ପଦବୀରୁ ଇସ୍ତଫା ଦେଲେ ଆରବିଆଇର ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ । ପାଖାପାଖି ୭ ମାସ ଭିତରେ ଏଭଳି ଦ୍ୱିତୀୟ ଥର ପାଇଁ ଘଟିଛି । ଏହା ପୂର୍ବରୁ ଆରବିଆଇର କୌଣସି ଉଚ୍ଚ ପଦସ୍ଥ ଅଧିକାରୀ କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ଡିସେମ୍ବରରେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାର ପାଖାପାଖି ୬ ମାସ ପୂର୍ବରୁ ହିଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିରଳ ଆଚର୍ଯ୍ୟ ଆରବିଆଇର ସେହି ସମସ୍ତ ବଡ ଅଧିକାରୀଙ୍କ ମଧ୍ୟରେ ଗଣା, ଯେଉଁମାନେ କି ଉର୍ଜିତ ପଟେଲଙ୍କ ଟିମର ଏକ ଅଂଶ ଭାବେ ପରିଗଣିତ ।

photo-indiatv

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିରଳ ଆଚାର୍ଯ୍ୟ ଏବେ ନ୍ୟୁୟର୍କ ୟୁନିଭର୍ସିଟିର ସେଟର୍ନ ସ୍କୁଲ ଅଫ ବିଜନେସରେ ପ୍ରଫେସର ଭାବେ ଯୋଗ ଦେଇପାରନ୍ତି । ଏଠାରେ ଆମେ କହି ରଖୁଛୁ କି, ଆଚାର୍ଯ୍ୟ ତିନି ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ୨୩ ଜାନୁଆରୀ ୨୦୧୭ରେ ନିଯୁକ୍ତ ହୋଇଥିଲେ । ଏହି ହିସାବରେ ସେ ପାଖାପାଖି ୩୦ ମାସ ଧରି କେନ୍ଦ୍ରୀୟ ବ୍ୟାଙ୍କ ତଥା ଆରବିଆଇ ପାଇଁ ନିଜ ପଦରେ ରହି ସୂଚାରୁ ରୂପେ କାର୍ଯ୍ୟଭାର ତୁଲାଉ ଥିଲେ ।

ସମ୍ବନ୍ଧିତ ଖବର