ଭାରତୀୟ ଡାକଟିକିଟ୍ରେ ଛାପା ହେଲା ହାଇଦ୍ରାବାଦର ବିରିୟାନି, ତିରୁପତି ଲଡୁ ଏବଂ ଇଡ୍ଲି-ଦୋସା
ହାଇଦ୍ରାବାଦ: ଏଥର ଭାରତୀୟ ଡାକରୁ ଚିଠି ପାଇଲେ ସେଥିରୁ ହାଇଦ୍ରାବାଦ୍ର ଟ୍ରେଡ୍ମାର୍କ କ୍ୟୁଜିନ୍ ବିରିୟାନି, ବଘାରେ ବୈଗନ୍ ଏବଂ ସେଓ୍ଵିୟାନ୍ର ମହକ ବାହାରି ପାରେ। ହାଇଦ୍ରାବାଦର ଏଇ ତିନୋଟିଯାକ ସିଗ୍ନେଚର୍ ଡିସ୍ ଭାରତୀୟ ଡାକଟିକିଟ୍ରେ ସ୍ଥାନ ପାଇଛି। ଶୁକ୍ରବାର ଦିନ ଭାରତୀୟ ଡାକ ବିଭାଗ ଏହି ଭୋଜନର ଫଟୋ ଥିବା ଡାକଟିକିଟ୍ ପ୍ରଚଳନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭିନ୍ନ ଭିନ୍ନ ୨୪ ପ୍ରକାରର ଭାରତୀୟ ବ୍ୟଞ୍ଜନ ଥିବା ଡାକଟିକିଟ୍ର ଅଂଶ ବିଶେଷ ହେଉଛି ଏହି ଡାକଟିକିଟ୍। ଏଥିରେ ପ୍ରସିଦ୍ଧ ତିରୁପତି ଲଡୁ, ଆନ୍ଧ୍ରପଦେଶର ଇଡ୍ଲି ଦୋସା ଏବଂ ପୋଙ୍ଗଲ୍ ଆଦି ମଧ୍ୟ ଏହି ସ୍ୱତନ୍ତ୍ର ଡାକଟିକିଟ୍ରେ ସ୍ଥାନ ଦିଆଯାଇଛି। ଗୋଲକୁଣ୍ଡା ଦୁର୍ଗ ନିର୍ମାଣ ଏବଂ କୁତୁବ୍ ଶାହି ରାଜବଂଶ ପ୍ରତିଷ୍ଠାର ୫୦୦ ତମ ବାର୍ଷିକୀ ପାଳନର ଦୁଇ ମାସ ଅବ୍ୟବହିତ ପୂର୍ବରୁ ସହର ଏହି ଦିବ୍ୟ ଭୋଜନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଛି। କୁତୁବ୍ ଶାହି ଏବଂ ଅସଫ୍ ଜାହିଙ୍କ ରାଜକୀୟ ରୋଷଶାଳାରେ ବିରିୟାନି ବିକଶିତ ହୋଇଥିଲା।
ପାରସ୍ୟ ଭାଷାରେ ବିରିୟାନିର ଅର୍ଥ ହେଉଛି ଭଜା ପିଆଜ। ବିରିୟାନି ତିଆରି ସମ୍ବନ୍ଧରେ ଅନେକ ଲୋକକଥା ଶୁଣିବାକୁ ମିଳେ। ସମ୍ରାଟ୍ ବାବର୍ ଉତ୍ତର ଭାରତକୁ ବିରିୟାନି ଆଣିଥିବା କଥା କୁହାଯାଏ। ଇରାନୀୟ ବଂଶଜ କୁତୁବ୍ ଶାହି ଦକ୍ଷିଣରେ କେତେ ଗୁଡ଼ିଏ ପାରସ୍ୟ ଏବଂ ତୁର୍କୀୟ ଆହାର ପ୍ରଚଳ କରାଇଥିଲେ। ମୋଗଲ୍ମାନଙ୍କ ଦ୍ୱାରା ପ୍ରଭାବିତ ଅସଫ୍ ଜାହିମାନେ ହାଇଦ୍ରାବାଦୀ ବ୍ୟଞ୍ଜନରେ ଅଧିକ କିସମର ବ୍ୟଞ୍ଜନ ସାମିଲ କରିଥିଲେ ବୋଲି ହାଇଦ୍ରାବାଦ ଆହାର ଉପରେ ଗବେଷଣା କରୁଥିବା ସହରର ଐତିହାସିକ ଡକ୍ଟର୍ ମହମ୍ମଦ ସୈଫୁଲ୍ଲା କହନ୍ତି।
ସୁଫି ସନ୍ଥମାନେ ମଧ୍ୟ ହାଇଦ୍ରାବାଦ ବ୍ୟଞ୍ଜନକୁ ସମୃଦ୍ଧ କରିଥିଲେ। ସୁଫି ସନ୍ଥଙ୍କର ଖାନ୍କାଃମାନେ ସେମାନଙ୍କର ନିଜ ଭୋଜନ ନେଇ ଆସିଥିଲେ। ଭୋଜନ ପ୍ରସ୍ତୁତି ପ୍ରଣାଳୀରେ ପାରସ୍ପରିକ ଅଦଳ ବଦଳ କରାଯିବା ଦ୍ୱାରା ବହୁ ନୂଆ ବ୍ୟଞ୍ଜନର ସୃଷ୍ଟି ହୋଇଛି। ଯଦିବା ହାଇଦ୍ରାବାଦୀ ବିରିୟାନି ପାରସ୍ୟର ସୃଷ୍ଟି, ଏଥିରେ ସ୍ଥାନୀୟ ମସଲା ସାମିଲ କରାଯାଇ ସ୍ଥାନୀୟ ଅଞ୍ଚଳର କରାଯାଇଛି।
ହାଇଦ୍ରାବାଦ ରାଜକୀୟ ରୋଶଷାଳାର ଅନ୍ୟ ଏକ ପ୍ରମୁଖ ଚିଜ ହେଉଛି ବଗାରେ ବୈଗନ୍। ବାଇଗଣ ଭାରତୀୟ ପରିବା ହୋଇଥିବାରୁ ସର୍ବଦା ଭାରତୀୟ ବ୍ୟଞ୍ଜନରେ ସ୍ଥାନିତ ହୋଇଥାଏ। ପରେ ବିଦେଶରୁ ବିଲାତି ବାଇଗଣ ଆସି ଆନ୍ଧ୍ର ପଲଉର ଏକ ମୁଖ୍ୟ ସାମଗ୍ରୀ ହୋଇ ପାରିଛି। କୁତୁବ୍ ଶାହୀମାନେ ଦକ୍ଷିଣ ଭାରତରେ ସେବିୟାନ୍ ପ୍ରଚଳନ କରାଇଥିଲେ।