ଶପଥ ନେଲେ ବିଜେଡି ସାଂସଦ ଅନୁଭବ ମହାନ୍ତି

ନୂଆଦିଲ୍ଲୀ : ୧୭ତମ ଲୋକସଭା ପାଇଁ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇଥିବା ବିଜେଡି ସାଂସଦ ଅନୁଭବ ମହାନ୍ତି ଆଜି ଆଜି ଲୋକସଭାରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଶ୍ରୀ ମହାନ୍ତି ଓଡ଼ିଆରେ ଶପଥ ନେଇଥିଲେ। ଚଳିତ ଲୋକସଭା ବଜେଟ୍ ଅଧିବେଶନର ପ୍ରଥମ ଓ ଦ୍ବିତୀୟ ଦିବସରେ ସେ ଅନୁପସ୍ଥିତ ଥିବାରୁ ଆଜି ଶପଥ ନେଇଥିଲେ। ପୂର୍ବରୁ ଅନ୍ୟ ୨୦ ଜଣ ସାଂସଦ ଶପଥ ଗ୍ରହଣ କରିସାରିଛନ୍ତି। ପ୍ରଥମ ଦିନରେ ୧୬ ଜଣ ଓ ଦ୍ବିତୀୟ ଦିନରେ ୪ ଜଣ ଶପଥ ଗ୍ରହଣ କରିଥିଲେ। ସ୍ମରଣଯୋଗ୍ୟ ଗତ ତିନି ଦିନରେ ସମୁଦାୟ ୫୩୭ ଜଣ ଲୋକସଭା ସାଂସଦ ଶପଥ ଗ୍ରହଣ କରିସାରିଛନ୍ତି। ଆଉ ୫ ଜଣ ସାଂସଦ ବର୍ତ୍ତମାନ ସୁଦ୍ଧା ଶପଥ ଗ୍ରହଣ କରିନଥିବା ଲୋକସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର