ଭାଜପାର ପ୍ରଥମ ତାଲିକାରେ ଲାଲକୃଷ୍ଣ ଆଡଭାନି ଓ ମୁରଲୀ ମନୋହର ଯୋଶୀ ଏବଂ ସୁମିତ୍ରା ମହାଜନଙ୍କ ନାଆଁ ନାହିଁ !

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ଏହାର ପ୍ରଥମ ତାଲିକା ପ୍ରସ୍ତୁତ କରିସାରିଛି। ଏଥିରେ ପ୍ରାୟ ୨୫୦ ଜଣଙ୍କ ନାଆଁ ଚୂଡାନ୍ତ ହୋଇସାରିଛି। ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ଦଳର କେତେକ ବରିଷ୍ଠ ନେତାଙ୍କ ନାମ ନ ଥିବା ଦେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ ଦଳର ଦୁଇ ବରିଷ୍ଠ ମାର୍ଗଦର୍ଶକ ଲାଲକୃଷ୍ଣ ଆଡଭାନି ଓ ମୁରଲୀ ମନୋହର ଯୋଶୀଙ୍କ ନାମ ନ ଥିବା କୁହାଯାଉଛି।

photo-scroll.in

ଅପରପକ୍ଷରେ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ସି ଖଣ୍ଡୁରି ଓ ବି.ଏସ୍‌ କୋଶ୍ୟାରୀ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି। ଠିକ୍‌ ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କଲରାଜ ମିଶ୍ର ଓ ପୂର୍ବତନ ଉପବାଚସ୍ପତି କାରିୟା ମୁଣ୍ଡା ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିିତା ନ କରିବା ଲାଗି ଠିକ୍‌ କରିଛନ୍ତି। ଠିକ୍‌ ସେହିପରି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନାଆଁ ମଧ୍ୟ ତାଲିକାରେ ନ ଥିବା କୁହାଯାଉଛି। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶାନ୍ତା କୁମାର ମଧ୍ୟ ନିଜକୁ ନିର୍ବାଚନ ରାଜନୀତିରୁ ଦୂରେଇ ରଖିଛନ୍ତି।

ସମ୍ବନ୍ଧିତ ଖବର