ଚିଦମ୍ବରମଙ୍କୁ ଘେରିଲା ବିଜେପି

ବିଦେଶରେ ସମ୍ପତ୍ତି ମାମଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ବିଦେଶରେ ସମ୍ପତ୍ତି ମାମଲାକୁ ନେଇ ଆଜି ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଚିଦମ୍ବରମଙ୍କ ବିରୋଧରେ ଆୟକର ବିଭାଗର ଚାର୍ଜସିଟ ଦାଖଲ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଂଗ୍ରେସକୁ ଘେରିଛନ୍ତି। ଚିଦମ୍ବରମଙ୍କ ନାମରେ ବିଦେଶରେ ୩ ଶହ କୋଟି ଡଲାର ସମ୍ପତ୍ତି ରହିଥିବା ଶାହ ଅଭିଯୋଗ କରିଛନ୍ତିି। ସେପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଚିଦମ୍ବରମ ଓ ତାଙ୍କ ପରିବାର ସଦସ୍ୟ ଆୟକର ବିଭାଗ ଆଖିରେ ଧୂଳି ଦେଇ ବିଦେଶରେ କଳାଧନ ଠୁଳ କରିଥିବା ଅଭିଯୋଗ କରିଛନ୍ତି। ସେ ଏହି ଘଟଣାରେ ଚିଦମ୍ବରମଙ୍କୁ କଂଗ୍ରେସର ‘ନଓ୍ଵାଜ ସରିଫ’ ବୋଲି ମଧ୍ୟ କହିଛନ୍ତି।

ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଚିଦମ୍ବରମ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ବୋଧହୁଏ ଆୟକର ବିଭାଗର ନୂଆ ଓକିଲ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦେଇଛନ୍ତିି। ତେଣୁ ଆଇନଜୀବୀ ସଂଘକୁ ତାଙ୍କୁ ସ୍ୱାଗତ ବୋଲି ଚିଦମ୍ବରମ ଟ୍ଵିଟ୍‌ କରିଛନ୍ତି। ଚିିଦମ୍ବରମଙ୍କୁ ଆକ୍ରୋଶମୂଳକ ଭାବେ ବିଜେପି ଟାର୍ଗେଟ୍‌ କରୁଛି ବୋଲି କଂଗ୍ରେସ କହିଛି। ଅମିତ ଶାହଙ୍କୁ ଜବାବ ଦେଇ ଚିଦମ୍ବରମ କହିଛନ୍ତି ଯେ, ଦେଶର ସବୁଠୁ ଧନୀ ରାଜନୈତିକ ଦଳର ଅଧ୍ୟକ୍ଷ ଯଦି ପାରିବେ ଉକ୍ତ ଟଙ୍କାକୁ ଦେଶକୁ ଫେରାଇ ଆଣି ଲୋକଙ୍କ ଆକାଉଣ୍ଟ୍‌ରେ ଜମା କରନ୍ତୁ।

ସମ୍ବନ୍ଧିତ ଖବର