ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା

ବିଜେପି ୫ ଆସନରେ ଲଢ଼ିବ

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ବିଜେପି-ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା ହୋଇଛି। ତାମିଲନାଡ଼ୁରେ ବିଜେପି ୫ଟି ଆସନରେ ଲଢ଼ିବ ବୋଲି ଚୂଡ଼ାନ୍ତ ହୋଇଛି। ତାମିଲନାଡ଼ୁର ୩୯ଟି ଆସନ ଏବଂ ପୁଡ଼ୁଚେରିର ଗୋଟିଏ ଆସନ ପାଇଁ ଆଜି ବିଜେପି ଏଆଇଏଡିଏମ୍‌କେ ଏବଂ ଡିଏମ୍‌କେ ମଧ୍ୟରେ ମହାମେଣ୍ଟ ଚୂଡ଼ାନ୍ତ ହେବାପରେ ଏଥର ଲଢ଼େଇ ଜୋର୍‌ଦାର ହେବ ବୋଲି କୁହାଯାଉଛି। ଏଆଇଏଡିଏମ୍‌କେ ୨୮ ଏବଂ ପିଏମ୍‌କେ ୭ ଆସନରେ ଲଢ଼ିବ ବୋଲି ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ଏଆଇଏଡିଏମ୍‌କେ ମେଣ୍ଟ ୩୭ଟି ଆସନରେ ଆସନରେ ବିଜୟୀ ହୋଇଥିଲା। ଏଆଇଏଡିଏମ୍‌କେକୁ ୩୫ଟି ଆସନ ମିଳିଥିବା ବେଳେ ପିଏମ୍‌କେ ଗୋଟିଏ ଏବଂ ବିଜେପିକୁ ଗୋଟିଏ ଆସନ ମିଳିଥିଲା।

ସମ୍ବନ୍ଧିତ ଖବର