କଂଗ୍ରେସ ଓ ଗଣମାଧ୍ୟମ ଉପରେ ଦୋଷ ଲଦିଲା ବିଜେପି

ନୂଆଦିଲ୍ଲୀ: ସାରା ଦେଶକୁ ଦୋହଲାଇ ଦେଇଥିବା ଉନ୍ନାଓ ଏବଂ କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିଜେପିି ସରକାର ଆଜି ସଫେଇ ଦେଇଛନ୍ତି। କଂଗ୍ରେସକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଜେପି ଜାତୀୟ ମୁଖପାତ୍ର ମୀନାକ୍ଷୀ ଲେଖି କହିଛନ୍ତି ଦେଶରେ ଅନେକ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟୁଛି କିନ୍ତୁ କଂଗ୍ରେସ କେବଳ ନିର୍ଦ୍ଦିଷ୍ଟ କେତେକ ଦୁଷ୍କର୍ମ ମାମଲାକୁ ନେଇ ହଇଚଇ ସୃଷ୍ଟି କରିବାକୁ ଚାହୁଛି। ଅନ୍ୟପକ୍ଷରେ ମାମଲାକୁ ବିଭିନ୍ନ କ୍ଷେତ୍ରରେ ଅତିରଂଜିତ କରି ଗଣମାଧ୍ୟମ ପରିବେଷଣ କରୁଥିବାରୁ ସମସ୍ୟା ବଢ଼ୁଛି ବୋଲି ଲେଖି କହିଛନ୍ତି। ଗତରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଉନ୍ନାଓ ଏବଂ କାଠୁଆ ଦୁଷ୍କର୍ମ ବିରୋଧରେ ଇଣ୍ଡିଆ ଗେଟ୍‌ ନିକଟରେ ହୋଇଥିବା କ୍ୟାଣ୍ଡେଲ୍‌ ଶୋଭାଯାତ୍ରାକୁ ବିରୋଧ କରି ସେ କହିଛନ୍ତି ଯେ ୧୯୮୪ ମସିହା ଦଙ୍ଗା ସମୟରେ ମଧ୍ୟ ମହିଳାଙ୍କ ବିରୋଧରେ ହିଂସା ହୋଇଥିଲା, ମହିଳାଙ୍କୁ ଅସମ୍ମାନିତ କରାଯାଇଥିଲା। ସେତେବେଳେ କିନ୍ତୁ କଂଗ୍ରେସ ଏଭଳି ମାମଲାରେ ନିରବ ରହିଥିଲା। ଦିଲ୍ଲୀର ନିର୍ଭୟା ଓ ଆସାମର ନାଉଗାଁ ଦୁଷ୍କର୍ମ ମାମଲାକୁ କାଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲା ସହ ଲେଖି ତୁଳନା କରିଥିଲେ।

ସମ୍ବନ୍ଧିତ ଖବର