ବିଜେପି ‘ଜେଲ୍‌ ଗାଡ଼ି’ କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବେଲ୍‌ ଗାଡ଼ି’ ଟିପ୍ପଣୀକୁ ନେଇ ଆଜି କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ବିଜେପି ହେଉଛି ‘ଜେଲ୍‌ ଗାଡ଼ି’ କାରଣ ବିଜେପିର ଅତିକମ୍‌ରେ ଦୁଇଜଣ ଅଧ୍ୟକ୍ଷ (ପୂର୍ବତନ ଓ ବର୍ତ୍ତମାନର) କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍‌ ଯାଇଛନ୍ତି ବୋଲି କଂଗ୍ରେସର ବରିଷ୍ଠ ନେତା ସକିଲ ଅହମ୍ମଦ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ମଧ୍ୟ ମୋଦୀ ସରକାରଙ୍କୁ ‘ଲିଞ୍ଚ୍‌ ପୂଜାରୀ’ (ହିଂସାର ପୂଜାରୀ) ଅଭିହିତ କରି ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର