ଯୋଗୀଙ୍କୁ ବିଜେପି ମନ୍ତ୍ରୀଙ୍କ ସମାଲୋଚନା:ଭଗବାନଙ୍କୁ ଜାତିରେ ଭାଗକରିବା ଭୁଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ଜଣେ ବିଜେପି ନେତା ତଥା ୟୁପି ମନ୍ତ୍ରୀ ଓମ୍‌ପ୍ରକାଶ ରାଜଭର ସମାଲୋଚନା କରିଛନ୍ତି। ଓମ୍‌ପ୍ରକାଶ କହିଛନ୍ତି, ଭଗବାନଙ୍କୁ କୌଣସି ଜାତିରେ ଭାଗ କରାଯାଇ ପାରିବ ନାହିଁ। ତେଣୁ ଏଭଳି କହିବା କିମ୍ବା ଚିନ୍ତା କରିବା ସମ୍ପୂର୍ଣ୍ଣ ଭୁଲ। ଯୋଗୀ ଏଭଳି ବୟାନ ଦେଇଥିବାରୁ ଏବେ ଦଳିତ ସମ୍ପ୍ରଦାୟ ହନୁମାନ ମନ୍ଦିରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଦାବି କରୁଛନ୍ତି। ଗତ ସପ୍ତାହରେ ଯୋଗୀ କହିଥିଲେ, ହନୁମାନ ଜଙ୍ଗଲରେ ରହୁଥିଲେ ଏବଂ ସେ ଜଣେ ଦଳିତ।

ସମ୍ବନ୍ଧିତ ଖବର