ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପିର ପ୍ରଚାର ଅଭିଯାନ ତ୍ବରାନ୍ବିତ ହୋଇଛି। ତେବେ ପ୍ରଚାରରେ ହେଲିକପ୍ଟର ଏବଂ ବିଜିନେସ୍ ଜେଟ୍ ବ୍ୟବହାର କ୍ଷେତ୍ରରେ ବିଜେପି କଂଗ୍ରେସଠାରୁ ଯଥେଷ୍ଟ ଆଗରେ ରହିଛି। କେତେକ ସୂତ୍ରରୁ ଜଣାପଡ଼ିଛି ଯେ ବିଜେପି ୨୦ଟି ହେଲିକପ୍ଟର ଏବଂ ୧୨ଟି ବିଜିନେସ୍ ଜେଟ୍ ଭଡ଼ାରେ ନେଇଥିବା ବେଳେ କଂଗ୍ରେସ ଦଳ ୧୦ଟି ହେଲିକପ୍ଟର ଏବଂ ୪ଟି ବିଜିନେସ୍ ଜେଟ୍ ନେଇଛି। ନିର୍ବାଚନ ପ୍ରଚାରକୁ ଅଧିକ ବ୍ୟାପକ ଏବଂ ପ୍ରଭାବଶାଳୀ କରିବାକୁ ବିଜେପି ବିମାନ ବ୍ୟବହାର କ୍ଷେତ୍ରରେ ବିପୁଳ ଅର୍ଥ ଖର୍ଚ କରୁଛି।
ଘଣ୍ଟା ପିଛା ଗୋଟିଏ ବିଜିନେସ୍ ଜେଟ୍ ପାଇଁ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହେଲିକପ୍ଟର ପାଇଁ ମଧ୍ୟ ଘଣ୍ଟା ପିଛା ୧ ଲକ୍ଷ ୮୦ ହଜାରରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜେପି ଖର୍ଚ୍ଚ କରୁଛି । କଂଗ୍ରେସ ମଧ୍ୟ ଏହି ଦରରେ ଭଡ଼ାରେ ବିମାନ ଆଣି ପ୍ରଚାରରେ ଲଗାଇଛି। ପୂର୍ବ ନିର୍ବାଚନଗୁଡ଼ିକରେ ମଧ୍ୟ କଂଗ୍ରେସଠାରୁ ବିଜେପି ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଥିଲା। ଉଭୟ ଦଳ ବରିଷ୍ଠ ନେତାମାନଙ୍କୁ ନିର୍ବାଚନୀ କାର୍ଯ୍ୟରେ ନେବା ଆଣିବା ପାଇଁ ଏହି ଜେଟ୍ ଏବଂ ହେଲିକପ୍ଟରଗୁଡ଼ିକୁ ନିୟୋଜିତ କରିଛନ୍ତି। ତେଲୁଗୁ ଦେଶମ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି, ବହୁଜନ ସମାଜ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟ ଦଳମାନେ ମଧ୍ୟ ଜେଟ୍ ଏବଂ ହେଲିକପ୍ଟର ବ୍ୟବହାର କରୁଥିବା ନଜିର ରହିଛି। ରାଜନୈତିକ ଦଳଗୁଡ଼ିକ ଏ ବାବଦ ଭଡ଼ା ନଗଦ, ଚେକ୍ ଏବଂ ଡିଜିଟାଲ ମାଧ୍ୟମରେ ପୈଠ କରୁଛନ୍ତି।
ବିଜେପି-କଂଗ୍ରେସର ବିଶାଳ ପ୍ରଚାର ଅଭିଯାନ: ୩୦ ହେଲିକପ୍ଟର, ୧୬ ବିଜିନେସ୍ ଜେଟ୍ ନିୟୋଜିତ
/sambad/media/post_attachments/wp-content/uploads/2019/04/helicopter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)