ବିଜେପି ନେତାଙ୍କ ଉପରକୁ ପାଣି ଗ୍ଲାସ ଫିଙ୍ଗିଲେ କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ଆରେପ-ପ୍ରତ୍ୟାରୋପ ଜାରି ରହିଛି। ଏକ ଟେଲିଭିଜନ୍‌ ସୋ’ରେ ଜଣେ ବିଜେପି ନେତା କଂଗ୍ରେସକୁ ବିଶ୍ୱାସଘାତକ ବୋଲି କହିବାରୁ ମଞ୍ଚରେ ଉପସ୍ଥିତ ଥିବା କଂଗ୍ରେସ ନେତା ପାଣି ଗ୍ଲାସ ବିଜେପି ନେତାଙ୍କ ଉପରକୁ ଫିଙ୍ଗିଥିଲେ।

ନ୍ୟୁଜ୍‌ -୨୪ ଚାନେଲରେ ଏକ ସୋ’ ସମୟରେ ବିଜେପି ନେତା କେ କେ ଶର୍ମା ଉପସ୍ଥିତ ଥିଲେ। ଅପରପକ୍ଷରେ ଏଥିରେ କଂଗ୍ରେସର ମୁଖପାତ୍ର ଆଲୋକ ଶର୍ମା ଯୋଗ ଦେଇଥିଲେ। ଏହି ଟେଲିଭିଜନ୍‌ ଡିବେଟ୍‌ କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ମଧ୍ୟରେ ଜୋରଦାର୍‌ ଟକ୍‌କର ହୋଇଥିଲା। ଏହି ସମୟରେ ବିଜେପି ନେତା କେ କେ ଶର୍ମା କଂଗ୍ରେସକୁ ବିଶ୍ୱାସଘାତକ ବୋଲି କହିବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଆଲୋକ ଶର୍ମା ବିଜେପି ନେତାଙ୍କ ଉପରକୁ ପାଣି ଗ୍ଲାସ ଫିଙ୍ଗିଥିଲେ। ଏହାପରେ ଉଭୟଙ୍କୁ ଶାନ୍ତ କରିବା ଲାଗି ଟିଭି ଆଙ୍କର୍‌ ଚେଷ୍ଟା କରିଥିଲେ। ଏଥିପାଇଁ ଆଲୋକ ଶର୍ମାଙ୍କୁ କ୍ଷମା ମାଗିବା ଲାଗି ଟିଭି ଆଙ୍କର୍‌ ଚେଷ୍ଟା କରିଥିଲେ, ମାତ୍ର ସେ ମାନି ନଥିଲେ।

ସମ୍ବନ୍ଧିତ ଖବର