ଅନ୍ୟ ରାଷ୍ଟ୍ରୀୟ ଦଳମାନଙ୍କର ମୋଟ୍‌ ସଂଗୃହୀତ ଅର୍ଥର ୧୩ ଗୁଣା ଚାନ୍ଦା ଭାରତୀୟ ଜନତା ପାର୍ଟିକୁ ମିଳିଛି

ନୂଆଦିଲ୍ଲୀ:୨୦୧୭-୧୮ ଆର୍ଥିକ ବର୍ଷରେ ଯେଉଁ ରାଜନୈତିକ ଦଳମାନେ ୨୦ ହଜାର ଟଙ୍କାରୁ ଅଧିକ ଅନୁଦାନ ସଂଗ୍ରହ କରିଛନ୍ତି, ସେମାନଙ୍କର ତାଲିକା ପ୍ରକାଶ କରିଛି ଇଲୋକ୍‌ସିସ ଓ୍ଵାଚ ଡଗ୍‌ ଆସୋସିଏସନ୍‌ ଫର୍‌ ଡେମୋକ୍ରେଟିକ୍‌ ରିଫର୍ମସ୍‌। ଏଥିରେ କୁହାଯାଇଛି ଯେ ଭାରତୀୟ ଜନତା ପାର୍ଟି (ଭାଜପା) ୪୩୭ କୋଟି ଟଙ୍କାର ଚାନ୍ଦା ପାଇଛି। ଅନ୍ୟ ରାଷ୍ଟ୍ରୀୟ ଦଳମାନଙ୍କର ମୋଟ୍‌ ସଂଗୃହୀତ ଅର୍ଥର ଏହା ହେଉଛି ୧୩ ଗୁଣା।
୨୦୧୭-୧୮ କଂଗ୍ରେସ ମୋଟ୍‌ ୨୭ କୋଟି ଟଙ୍କାର ଚାନ୍ଦା ପାଇଛି। ଭାରତୀୟ ଜନତା ପାର୍ଟି ୨୦୧୭-୧୮ରେ ମୋଟ୍‌ ୭୫୮ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଯାଇଛି। ଭାରତର ନିର୍ବାଚନ କମିଶନ୍‌(ଇସିଆଇ)ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାଜପାର ମୋଟ୍‌ ଆୟ ୨୦୧୭-୧୮ରେ ୧୦୨୭ କୋଟି। ଏଥିମଧ୍ୟରୁ ୯୬ ପ୍ରତିଶତ ଚାନ୍ଦା ସ୍ୱେଚ୍ଛାକୃତ ଦାନରୁ ଆସିଥିବା ଜଣାଯାଇଛି। ଏଥିମଧ୍ୟରୁ ୪୩୭ କୋଟି ଟଙ୍କା ହେଉଛି ୨୦ ହଜାର ଟଙ୍କାରୁ ଅଧିକ ପରିମାଣର ଆସିଥିବା ଚାନ୍ଦା। ୨୦୧୭-୧୮ରେ ଭାଜପା ଇଲେକ୍ଟ୍ରୋଲ୍‌ ବଣ୍ଡ ଜରିଆରେ ୨୧୦ କୋଟି ଟଙ୍କା ଆୟ କରିଥିବା ମଧ୍ୟ କୁହାଯାଇଛି।

ସମ୍ବନ୍ଧିତ ଖବର