ବିଜେପି ଅଡ଼ୁଆ ବଢ଼ାଇଲା ଶିବସେନା

ମୁଖ୍ୟମନ୍ତ୍ରୀ ପଦ, ୧୫୨ ଆସନ ଦାବି

ମୁମ୍ବାଇ: ବିଜେପି ସହିତ ସଂପର୍କ ସୁଧାରିବା ପାଇଁ ଶିବସେନା ଏବେ କଠୋର ସର୍ତ୍ତ ରଖିଥିବାରୁ ବିଜେପିର ସମସ୍ୟା ବଢ଼ିଛି। ଆଗାମୀ ବିଧାନସଭା ନିର୍ବାଚନରେ ଶିବସେନା ୧୫୨ ଆସନରେ ଲଢ଼ିବ ଏବଂ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଶିବସେନାକୁ ଦେବାପାଇଁ ଆଜି ଦଳ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଜଣାଇ ଦେଇଛି। ମହାରାଷ୍ଟ୍ରର ୨୮୮ ଆସନରୁ କେବଳ ୧୩୬ ଆସନ ବିଜେପିକୁ ଦେବାପାଇଁ ଶିବସେନା ପ୍ରସ୍ତୁତ ବୋଲି ଆଜି କହିଛି। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶିବସେନାର ଏହି ରଣନୀତି ବିଜେପି ପାଇଁ ମହଙ୍ଗା ପଡ଼ିବ ଏବଂ ଶିବସେନା ତା’ର ଜିଦ୍‌୍‌ରେ କାଏମ ରହିଲେ ରାଜ୍ୟରେ ଉଭୟ ଦଳ ପୃଥକ ନିର୍ବାଚନ ଲଢ଼ିବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ଏନ୍‌୍‌ଡିଏର ସହଯୋଗୀ ଦଳମାନଙ୍କୁ ମନାଇବା ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବେ ପ୍ରୟାସ ଆରମ୍ଭ କରିଛନ୍ତି ଏବଂ ଏହି ପ୍ରକ୍ରିୟାରେ ସେ ଏନ୍‌୍‌ଡିଏର ବିଭିନ୍ନ ସହଯୋଗୀ ଦଳଙ୍କ ସହ ଆଲୋଚନା କରୁଛନ୍ତି। ଏନ୍‌୍‌ଡିଏରେ ଦେଖାଦେଉଥିବା ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏକ କମିଟି ଗଠନ କରାଯିବ ଏବଂ କମିଟିର ନିଷ୍ପତ୍ତି ଅନୁଯାୟୀ ଏନ୍‌୍‌ଡିଏର ଆଗାମୀ କାର୍ଯ୍ୟପନ୍ଥା

ସମ୍ବନ୍ଧିତ ଖବର