୫୨ଜଣ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କଲା ବିଜେପି

ରାଞ୍ଚି: ଭାରତୀୟ ଜନତା ପାର୍ଟି (ଭାଜପା) ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୫୨ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ରବିବାର ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜମସେଦପୁର(ପୂର୍ବ)ରୁ ନିର୍ବାଚନ ଲଢ଼ିବେ।

 

ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା କହନ୍ତି, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୩ ତାରିଖ ରହିଛି। ଏପରି କ୍ଷେତ୍ରରେ ପାର୍ଟି ପ୍ରଥମ ତାଲିକାର ଘୋଷଣା କରାଯାଇଛି। ନଭେମ୍ବର ୩୦ରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ପାଞ୍ଚଟି ପର୍ଯ୍ୟାୟରେ ଏହି ନିର୍ବାଚନ ଶେଷ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୭ରେ ଦ୍ୱିତୀୟ ପର୍ଯ୍ୟାୟ, ୧୨ରେ ତୃତୀୟ, ୧୬ରେ ଚତୁର୍ଥ ଓ ୨୦ରେ ପଞ୍ଚମ ପର୍ଯ୍ୟାୟ ଏପରି ଭାବେ ନିର୍ବାଚନ ଶେଷ ହେବ। ଡିସେମ୍ବର ୨୩ରେ ଭେଟ ଗଣତି ସହିତ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ।

ଏପଟେ ରବିବାର ଝାଡଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ପାର୍ଟିି ବି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ କଂଗ୍ରେସ ପକ୍ଷରୁ ପାଞ୍ଚଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର