କ୍ଷମାପ୍ରାର୍ଥନା କଲେ ବିଜେପି ନେତା

ନୂଆଦିଲ୍ଲୀ: ତାମିଲନାଡ଼ୁର ବରିଷ୍ଠ ବିଜେପି ନେତା ଏଚ୍‌ ରାଜାଙ୍କ ବିବାଦୀୟ ଫେସବୁକ୍‌ ପୋଷ୍ଟ୍‍ପରେ ଗତକାଲି ତାମିଲନାଡ଼ୁରେ ଇଭିଆର ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ଏହି ଘଟଣାକୁ ନେଇ ଆଜି ସେ କ୍ଷମାପ୍ରାର୍ଥନା କରିଛନ୍ତି। ଉକ୍ତ ଫେସବୁକ୍‌ ପୋଷ୍ଟ୍‍ଟିକୁ ତାଙ୍କର ଜଣେ ସଂଚାଳକ ତାଙ୍କ ବିନା ଅନୁମତିରେ ପୋଷ୍ଟ୍‌ କରିଦେଇଥିବା କହି ଏଚ୍‌ ରାଜା ଏଥିଲାଗି କ୍ଷମା ମାଗିଛନ୍ତି। ଏକ ନୂଆ ପୋଷ୍ଟ୍‍ରେ ରାଜା କହିଛନ୍ତି ଯେ ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏଥିଲାଗି ସେ ଅନୁତପ୍ତ ଏବଂ ସେ ଅନେକଙ୍କ ଭାବନାକୁ ଆଘାତ ଦେଇଥିବାରୁ କ୍ଷମା ପ୍ରାର୍ଥନା କରୁଥିବା କହିଛନ୍ତି। ଗତକାଲି ସେ ଫେସବୁକ୍‌ ପୋଷ୍ଟ୍‍ରେ ଧମକ ଦେଇଥିଲେ ଯେ ତ୍ରିପୁରାରେ ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପରି ତାମିଲନାଡ଼ୁରେ ମଧ୍ୟ ସମାଜ ସଂସ୍କାରକ ଇଭିଆର ରାମାସ୍ୱାମୀ ପେରିୟାରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବ।

ସମ୍ବନ୍ଧିତ ଖବର