ରାଜସ୍ଥାନରେ ବିଜେପିର ୨ ଧାର୍ମିକ ନେତା

ଲଦାଖ୍‌ରୁ ନିର୍ବାଚନ ଲଢ଼ିବେ ଦଲାଇଲାମାଙ୍କ ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ : ବିଜେପି ଆଜି ରାଜସ୍ଥାନରେ ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ଦୁଇ ଜଣ ନୂଆ ମୁହଁ ଅଛନ୍ତି। ଅଲୱରରରୁ ପ୍ରଥମ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ଆଧ୍ୟାତ୍ମିକ ଗୁରୁ ବାବା ବାଲକନାଥ ଏବଂ ଡୁଙ୍ଗରପୁର -ବଂସୱାରାରେ ଅନ୍ୟ ଜଣେ ନୂଆ ମୁହଁ ହେଉଛନ୍ତି କନକମ‌ାଳ କତାର। ଅନ୍ୟପକ୍ଷରେ ବିଜେପି ଲଦାଖ୍‌ ଲୋକସଭା ନିର୍ବାଚନ ମଣ୍ଡଳୀରୁ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଘନିଷ୍ଠ ସହ‌ଯୋଗୀ ନାମଗ୍ୟଲ୍‌ଙ୍କୁ ଏହାର ପ୍ରାର୍ଥୀ କରିଛି। ୩୧ ବର୍ଷୀୟ ନାମଗ୍ୟଲ୍‌ ଜଣେ ଉତ୍ସାହୀ ଯୁବନେତା।। ଏବେ‌ ସେ ଲଦାଖ୍‌ ଅଟୋନମସ୍‌ ହିଲ୍‌ ଡେଭେଲେପମେଣ୍ଟ୍‌ କାଉନସିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ କାଉନସିଲର ଅଛନ୍ତି।

ସମ୍ବନ୍ଧିତ ଖବର