ଲକ୍ଷ୍ନୌ : ଜୁଲାଇ ୧ରେ ଉତ୍ତରପ୍ରଦେଶ ରାମପୁରର ପୂର୍ବ ସାଂସଦ ଜୟା ପ୍ରଦାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ରାମପୁରର ସ୍କୁଲରେ ପିଲାମାନଙ୍କୁ ପଢ଼ାଉଥିବାର ନଜର ଆସୁଥିଲେ । ପ୍ରଥମେ ତାଙ୍କର ଏଭଳି ଭିଡିଓକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ଏବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ‘Country’ ଶବ୍ଦକୁ ଠିକ୍ ଭାବରେ ଲେଖି ନ ପାରିବାରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି । ପିଲାମାନଙ୍କୁ ଇଂରାଜୀ ପଢ଼ାଇବାକୁ ଯାଇ ହ୍ଵାଇଟ୍ ବୋର୍ଡରେ India is my ‘Contry’ ଲେଖିଥିଲେ ଜୟା ପ୍ରଦା । ‘Country’ ଶବ୍ଦକୁ ଭୁଲ ଭାବରେ ‘Contry’ ଲେଖିଥିବାରୁ ଏବେ ଲୋକେ ତାଙ୍କୁ ପରିହାସ କରିବା ଆରମ୍ଭ କରି ଦେଇଛନ୍ତି ।
/sambad/media/post_attachments/wp-content/uploads/2019/07/jaya-300x200.jpg)
ସୂଚନା ମୁତାବକ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍କୁଲ ଚଲୋ ଅଭିଯାନ ପାଇଁ ରାମପୁରର ସରକାରୀ ସ୍କୁଲରେ ପହଞ୍ଚିଥିଲେ ଜୟା । ସେଠାରେ ପହଞ୍ଚି ସେ ଶ୍ରେଣୀଗୃହକୁ ଯିବା ସହ ଏବେ ଇଂରାଜୀ ଟାଇମ୍ କହି ପାଠ ପଢ଼ା ଆରମ୍ଭ କରୁଥିବା ଭିଡିଓରେ ଦେଖା ଯାଇଥିଲା । ପ୍ରଥମେ ସେ ପିଲମାନଙ୍କୁ କଦଳୀ ଏବଂ ସେଓଫଳ ଭଳି ଶବ୍ଦର ବନାନ ପଚାରିବା ସହ ପରେ ହ୍ଵାଇଟ ବୋର୍ଡରେ India is my ‘Contry’ ଲେଖିଥିଲେ । ସେ ସମୟରେ ଶ୍ରେଣୀ ଗୃହରେ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀମାନେ ଥାଇ ମଧ୍ୟ କେହି ତାଙ୍କ ବନାନକୁ ଠିକ୍ କରି ନଥିଲେ । ଯାହାଦ୍ୱାରା କ୍ୟାମେରାରେ ତାଙ୍କର ଭୁଲଟି କଏଦ ହୋଇ ଯାଇଥିଲା । ଯାହା ପାଇଁ ଏବେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଛି ।