ଫୈଜାବାଦ୍ : ‘ଯେ ପର୍ଯ୍ୟନ୍ତ ମୁଁ ନିର୍ବାଚନରେ ନ ଜିତିଛି ସେ ପର୍ଯ୍ୟନ୍ତ ମୁଁ ବିବାହ କରିବି ନାହିଁ’ । କିଛି ଏଭଳି ନିଷ୍ପତ୍ତି ନେଇଥିଲେ ଫୈଜାବାଦ୍ର ଇନ୍ଦ୍ର କୁମାର । ୨୦୧୭ରେ ହୋଇଥିବା ନିର୍ବାଚନୀ ପ୍ରଚାରରେ ଲୋକମାନଙ୍କୁ ନିଜ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ଇନ୍ଦ୍ର । ଯେ ପର୍ଯ୍ୟନ୍ତ ମୋତେ ସଫଳତା ନ ମିଳିଛି ସେ ପର୍ଯ୍ୟନ୍ତ ମୁଁ ଅବିବାହିତ ରହିବି ବୋଲି କହିବା ସହ ୨୦୧୭ ନିର୍ବାଚନରେ ଗୋସାଇଗଞ୍ଜର ବିଧାୟକ ଭାବେ ସଫଳତା ହାସଲ କରିଥିଲେ ଇନ୍ଦ୍ର କୁମାର । ବିଧାୟକ ହେବା ପରେ ବର୍ଷକ ମଧ୍ୟରେ ଯାହା କହିଥିଲେ ତାହା କରିଥିବା ଦେଖିବାକୁ ମିଳିଛି । ସଫଳ ହେବାର ବର୍ଷକ ପରେ ମେ ୩୧ ତାରିଖରେ ସେ ଖୁବ୍ ଧୂମ୍ଧାମ୍ରେ ବିବାହ କରିଥିବା ଦେଖିବାକୁ ମିଳିଛି ।
/sambad/media/post_attachments/wp-content/uploads/2018/06/k_2_1527948193-300x225.jpg)
ନିଜ ବିବାହ ଭୋଜିରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ରାଜ୍ନାଥ ସିଂଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଭିଆଇପି ଲୋକମାନଙ୍କ ପାଇଁ ସେ ୬ଟି ହେଲିପ୍ୟାଡ଼୍ର ଅୟୋଜନ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ବୟସ ଗଡ଼ି ଯାଉଥିବା ବେଳେ ନ ଜିତିବା ପର୍ଯର୍୍ୟନ୍ତ ବିବାହ କରିବି ନାହିଁ ବୋଲି କହୁଥିବାରୁ ଇନ୍ଦ୍ର କୁମାରଙ୍କୁ ଜିତାଇବା ପାଇଁ ଦଳୀୟ ନେତାମାନେ ନିର୍ବାଚନ ସମୟରେ ଖୁବ୍ ପ୍ରଚାର କରିଥିଲେ । ଯାହା ଫଳରେ ନିର୍ବାଚନ ପରେ ତାଙ୍କୁ ସଫଳତା ମିଳିବା ସହ ଗୋସାଇଗଞ୍ଜର ସେ ବିଧାୟକ ହୋଇ ପାରିଥିଲେ ।