ପଶ୍ଚିମ ବଙ୍ଗରେ ପୁଣି ଜଣେ ବିଜେପି ନେତାଙ୍କ ହତ୍ୟା

କୋଲକତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ବିରୋଧୀ ଦଳ ନେତାମାନଙ୍କୁ ନିର୍ମମଭାବେ ହତ୍ୟା କରାଯାଉଛି । ଗତକାଲି ରାତିରେ ଚବିଶ ଫର୍ଗଣା ଜିଲ୍ଲାର ମନ୍ଦିର ବଜାର ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ଅତି ନର୍ମମଭାବେ କେତେକ ଅଜଣା ଦୁର୍ବୁତ୍ତ ହତ୍ୟାକରି ଫେରାର ହୋଇଯାଇଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ନାମ ଶକ୍ତିପଦ ସର୍ଦ୍ଦାର । ସେ ବିଜେପିର ଜଣେ ମଣ୍ଡଳ ପ୍ରମୁଖ ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ରାତିରେ ସେ କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରୁଥିବାବେଳେ ତେତେକ ଅଜଣା ଦୁର୍ବୁତ୍ତ ତାଙ୍କୁ ରାସ୍ତା ଉପରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ରକ୍ତଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କେତେକ ସ୍ଥାନୀୟ ଲୋକ ନିକଟସ୍ଥ ଡାଇମଣ୍ଡ ହାର୍ବର ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କୋଲକତା ପଠାଇଦିଆଯାଇଥିଲା । ତେବେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଶତ୍ରୁତା ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଗତ କିଛିମାସ ମଧ୍ୟରେ ବିଶେଷକରି ଗତ ପଂଚାୟତ ନିର୍ବାଚନ ସମୟରେ ହିଂସା କାରଣରୁ ଅନେକ ରାଜନୈତିକ କର୍ମୀ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର