ପ୍ରଚାରରେ ଯାଇଥିବା ବେଳେ ଏକ ଦୋକାନରେ ବ୍ରେଡ୍‌ ପକୋଡ଼ା ଖାଇ ଖୁବ୍‌ ପ୍ରଶଂସା କଲେ ସ୍ମୃତି ଇରାନୀ, ଅମେଥିରେ ଦୋକାନ ଖୋଲିବାକୁ କହିବା ପରେ ମିଳିଲା ଏଭଳି ଉତ୍ତର

ବାରଣାସୀ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏଇ କିଛି ଦିନ ହେବ ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ପ୍ରଚାର ଜାରି ରଖିଛନ୍ତି । ମଙ୍ଗଳବାର ସେ ବାରଣାସୀର ଭଦୋହିକୁ ଏକ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଫେରିବା ବାଟରେ ଏକ ଚା’ ଦୋକାନରେ ଅଟକି ଥିଲେ । ସେଠାରେ ସ୍ମୃତି ଇରାନୀ ବ୍ରେଡ୍‌ ପକୋଡ଼ା ଖାଇବା ସହ ଚା’ ପିଇଥିଲେ । ବ୍ରେଡ୍‌ ପକୋଡାର ସ୍ୱାଦ ଏତେ ଭଲ ଥିଲା ଯେ, ସ୍ମୃତି ଇରାନୀ ଦୋକାନୀଙ୍କୁ ଅମେଥି ଆସି ଦୋକାନ ଖୋଲିବାର ପ୍ରସ୍ତାବ ଦେଇଥିଲେ ।

Total Tv

ଏହା ଶୁଣି ଦୋକାନୀ ଯେଉଁ ଉତ୍ତର ରଖିଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୋକାନୀଜଣଙ୍କ ସ୍ମୃତି ଇରାନୀଙ୍କ ପ୍ରଶ୍ନର ଉତ୍ତର ରଖି, ଏହାକୁ ତିଆରି କରିବା ମୁଁ ଗୁଜୁରାଟରୁ ଶିଖି ବାରଣାସୀରେ ଏହାକୁ ବିକୁଛି । ଏହା ମୋ ପାଇଁ ବହୁତ ଅଧିକ । ଆଉ ଅଧିକ ଆଶା ନାହିଁ ବୋଲି କହିଥିଲେ । ଏଭଳି ଉତ୍ତର ଶୁଣି ବିଜେପି କାର୍ଯ୍ୟକର୍ତ୍ତାମାନେ ହସିବାକୁ ଲାଗିଥିଲେ । ଏହା ଶୁଶି ସ୍ମୃତି ଇରାନୀ ଦୋକାନୀ କଥାକୁ ପ୍ରଶଂସା କରି ସେଠାରୁ ବାହାରି ଯାଇଥିଲେ ।

ସମ୍ବନ୍ଧିତ ଖବର