ଛତିଶଗଡ଼ ବିଧାନସଭା: ବିଜେପି ଆଗରେ

ରାୟପୁର: ଆଜି ସକାଳ ୮ଟାରୁ ଛତିଶଗଡ଼ ବିଧାନସଭାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି। ଛତିଶଗଡ଼ର ପ୍ରାଥମିକ ନିର୍ବାଚନ ପଲାଫଳ ଅନୁଯାୟୀ, ଛତିଶଗଡ଼ରେ କଂଗ୍ରେସ ଦଳ ଆଗୁଆ ରହିଛି। ଝତିଶଗଡ଼ର ୫୦ଟି ଆସନ ମଧ୍ୟରୁ କଂଗ୍ରେସ ୨୦ଟିରେ, ବିଜେପି ୨୮ଟିରେ ଓ ଅଜିତଯୋଗୀ-ମାୟାବତୀଙ୍କ ମେଣ୍ଟ ୨ଟି ଆସନରେ ଆଗୁଆ ରହିଛନ୍ତି।
ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୯୦ ବିଧାନସଭା ଆସନ ପାଇଁ ୧ହଜାର ୨ଶହ ୬୯ ଜଣ ପ୍ରତିଦ୍ୱନ୍ଦ୍ୱୀ ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି। ତେବେ ଗତ ନିର୍ବର୍ାଚନ ଅପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ୭୬.୬୦ ପ୍ରତିଶତ ଭୋଟ୍‌୍‌ ପୁଲିଂ ହୋଇଛି।
ପ୍ରତି ଭୋଟ୍‌ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି। ଏଥିପାଇଁ ୫ହଜାର ୧୮୪ ଜଣ କର୍ମଚାରୀ ଭୋଟ୍‌ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଚନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟ ବିଜେପି ଓ କଂଗ୍ରେସ ଦଳ ସେମାନଙ୍କ ବିଜୟ ନେଇ ବେଶ୍‌ ଆଶାବାଦୀ ଥିବା ବେଳେ ଅଜିତ ଯୋଗୀ -ମାୟାବତୀଙ୍କ ମଧ୍ୟରେ ହୋଇଥିବା ରାଜନୈତିକ ମେଣ୍ଟ ଯୋଗୁଁ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ଛତିଶଗଡ଼ ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର