ବିଧାନସଭା ନିର୍ବାଚନ: ମଧ୍ୟପ୍ରଦେଶରେ ବିଜେପି ଆଗରେ

ଭୋପାଳ: ଆଜି ସକାଳ ୮ଟାରୁ  ମଧ୍ୟପ୍ରଦେଶ ବିଧାନସଭାର ୨୩୦ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ  ପୋଷ୍ଟାଲ ବାଲଟ ପେପର ଖୋଲାଯାଇ ଏହାର ଗଣନା କରାଯାଇଛି।   ତେବେ ଯେଉଁ ବୁଥର ମକ୍‌ ପୋଲିଂ ଠିକ୍‌ ଭାବ ହୋଇ ପାରି ନ ଥିଲା ସେସବୁ ବୁଥରେ ଇଭିଏମ ମେସିନଗୁଡ଼ିକୁ ଶେଷରେ ଗଣାପାଇଁ ରଖାଯାଇଛି ଓ ସେ କ୍ଷେତ୍ରରେ ଭିଭିପିଏଟି ସ୍ଲିପ୍‌ରେ ଗେଣନା କରାଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ  ଭିଏଲ କାନ୍ତ ରାଓ କହିଛନ୍ତି। ମିଳଥିବା ପଅଥମିକ ସୂଚନା ଅନୁଯ୍ରୀ, ମଧ୍ୟପଅ୍ରଧେଶରେ ବିଜେପି  କଂଗ୍ରେସ ଠାରୁ ସାମନୃ ଆଗରେ ରହିଛି।  ୨୭ଟିି ବିଧାନସଭା ଆସନର ପ୍ରାଥମିକ ଗଣାନା ଅନୁଯାୟୀ, ବିଜେପି ୧୪ଟିରେ ଓ କଂଗ୍ରେସ ୧୩ଟିରେ ଆଗୁଆ ରହିଛନ୍ତି।

ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ୨ହଜାର ୯ଶହ ୭ ଜଣ ପ୍ରତିଦ୍ୱନ୍ଦ୍ୱୀ  ନିର୍ବାଚନ ରଣାଙ୍ଗନରେ ପରସ୍ପରକୁ ଭେଟୁଛନ୍ତି।  ତେବେ ଗତ ନିର୍ବର୍ାଚନ ଅ୍ରପେକ୍ଷା ଏଥର ଅଧିକ ପ୍ରତିଶତ ଲୋକ ଭୋଟ୍‌ ଦେଇଛନ୍ତି। ୨୦୧୩ ନିର୍ବାଚନରେ ୭୩ ପ୍ରତିଶତ ଭୋଟ୍‌ ପୁଲିଂ ହୋଇଥିଲା। ମାତ୍ର ୨୦୧୮ରେ ୭୫.୦୫ ପ୍ରତିଶତ ଭୋଟ୍‌୍‌ ପୁଲିଂ ହୋଇଛି।

ପ୍ରତି ଭୋଟ୍‌ ଗଣନା କେନ୍ଦ୍ରରେ ୧୪ଟି ଟେବୁଲ କରାଯାଇଛି।  ସେହିପରି ୨୨ ରାଉଣ୍ଡ ଭୋଟ୍‌ ଗଣତି ଦ୍ୱାରା ବିଜେତା ସ୍ଥିର ହେବା ପାଇଁ ବ୍ୟବସ୍ଥା କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ହେଉଛି ଉଭୟ ଦଳ  ସେମାନଙ୍କ ବିଜୟ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ବିଜେପି  ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ନେତୃତ୍ୱରେ ମଧ୍ୟ ପ୍ରଦେଶରେ ନିର୍ବାଚନ ଲଢ଼ିଥିବା ବେଳେ କଂଗ୍ରେସ  ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲନାଥଙ୍କ ନେତୃତ୍ୱରେ  ମଧ୍ୟପ୍ରଦେଶ ନିର୍ବାଚନ ଲଢ଼ୁଥିଲେ।

ସମ୍ବନ୍ଧିତ ଖବର