ଜିତିବାର ବିଶ୍ୱାସ ଥାଇ ମଧ୍ୟ ଏହି କାରଣ ପାଇଁ ଫଳାଫଳ ପୂର୍ବରୁ ଡ଼ରି ଯାଇଥିଲେ ହେମା ମାଳିନୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ୫୪୨ଆସନରୁ ୩୦୩ ଆସନ ଅକ୍ତିଆର କରିଛି ବିଜେପି । ତେବେ ବିପୁଳ ଭୋଟରେ ବିଜେପି ପ୍ରାର୍ଥୀମାନେ ସାରା ଦେଶରେ ବିଜୟ ହାସଲ କରିଥିବା ବେଳେ ସାଂସଦ ହେମା ମାଳିନୀ ନିଜ ମନର ଡ଼ର ବିଷୟରେ ଜଣାଇଛନ୍ତି । ଜିତିବାର ବିଶ୍ୱାସ ଥାଇ ମଧ୍ୟ ଫଳାଫଳ ଆସିବା ପୂର୍ବରୁ ଡ଼ରି ଯାଇଥିଲେ ବୋଲି କହିଛନ୍ତି ହେମା ।

Times of India

ତାଙ୍କ କହିବା ଅନୁଯାୟୀ, ଜିତିବାର ବିଶ୍ୱାସ ଥିଲା, କିନ୍ତୁ ଜନତା ବିପୁଳ ଭୋଟ ଦେଇ ମୋତେ ଜିତାଇବେ ବୋଲି ମୁଁ କେବେ ବି ଆଶା କରି ନଥିଲି । ଗଠବନ୍ଧନ ପାଇଁ ସମସ୍ତେ ଏ ନିର୍ବାଚନରେ ଜିତିବା କଷ୍ଟ ବୋଲି କହିବା ଆରମ୍ଭ କରିଥିଲେ । ଯାହା ପାଇଁ ମୋ ମନରେ ଡ଼ର ରହିଥିଲା । କିନ୍ତୁ ଏତେ ସଂଖ୍ୟାରେ ଭୋଟ ପାଇ ବିଜୟ ଲାଭ କରିବା ପରେ ମୋର ବିଶ୍ୱାସ ଆହୁରି ମଜବୁତ ହୋଇଛି । ମଥୁରାର ଲୋକମାନେ ମୋ ଉପରେ ପୁଣି ଥରେ ବିଶ୍ୱାସ କରି ସାଂସଦ ବାଛିଛନ୍ତି । ସେମାନଙ୍କ ଆଶା ପୂରଣ କରିବା ମୋର ଦାୟିତ୍ୱ ବୋଲି କହିଛନ୍ତି ହେମା । ୨୦୧୯ ଲୋକସଭା ନିର୍ବାଚନରେ ସେ ୨୯୩୪୭୧ ଭୋଟ ପାଇଁ ବିଜୟ ହାସଲ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର