ବିଜେପି ସଂସଦୀୟ ଦଳ ବୈଠକରେ ପରାଜୟ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ନେଇ ଆଜି ସଂସଦୀୟ ଦଳ ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ, ପ୍ରକାଶ ଜାଭଡ଼େକର, କିରେନ୍‌ ରିଜିଜୁ, ରବିଶଙ୍କର ପ୍ରସାଦ, ଦଳର ବରିଷ୍ଠ ନେତା ଏଲ୍‌ କେ ଆଡଭାନି ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ସଂସଦ ଲାଇବ୍ରେରି ଭବନରେ ଅନୁଷ୍ଠିତ ବିଜେପିର ସଂସଦୀୟ ଦଳ ବୈଠକରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ନେଇ ଚର୍ଚ୍ଚା ହୋଇଥିଲା। ଏଥିରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ବିଜେପି ସଭାପତିମାନଙ୍କ ମତ ନିଆଯାଇଥିଲା।

ସମ୍ବନ୍ଧିତ ଖବର