ସରକାରୀ ଅଧିକାରୀମାନଙ୍କୁ ଗଣିକାଙ୍କ ସହ ତୁଳନା କଲେ ବିଜେପି ବିଧାୟକ

ଲକ୍ଷ୍ନୌ: ସରକାରୀ ଅଧିକାରୀମାନଙ୍କୁ ଗଣିକାମାନଙ୍କ ସହ ତୁଳନା କରି ପୁଣି ଥରେ ଝଡ଼ ସୃଷ୍ଟି କରିଛନ୍ତି। ଉତ୍ତର ପ୍ରଦେଶର ବିବାଦୀୟ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ।

ସେ କୁଆଡ଼େ କହିଛନ୍ତି: ଅଧିକାରୀମାନଙ୍କର ଚରିତ୍ର ଠାରୁ ଗଣିକାମାନଙ୍କ ଚରିତ୍ର ଉତ୍ତମ, ଅର୍ଥ ନେଇ ସେମାନେ କମ୍‌ ସେ କମ୍‌ ନିଜ କାମ କରିବା ସହ ମଞ୍ଚରେ ନୃତ୍ୟ କରୁଛନ୍ତି। କୁନ୍ତୁ ଏ ଅଧିକାରୀମାନେ ଅର୍ଥ ନେଇ ମଧ୍ୟ ଆପଣମାନଙ୍କ କାମ କରିବେ କି ନାହିଁ, ୟାର କୌଣସି ଗ୍ୟାରେଣ୍ଟି ନାହିଁ।
ଯଦି ଅଧିକାରୀମାନେ ଲାଞ୍ଚ ଦାବି କରୁଛନ୍ତି, ସେମାନଙ୍କୁ ବାଡ଼ାଅ ବୋଲି ସିଂହ ଲୋକମାନଙ୍କୁ କହିଛନ୍ତି।

ତାଙ୍କ ନିର୍ବାଚନ ମଣ୍ଡଳୀରେ ଦଳୀୟ ସମର୍ଥକମାନଙ୍କ ଠାରୁ କେତେକ ସରକାରୀ ଅଧିକାରୀମାନେ ଲାଞ୍ଚ ଦାବି କରୁଛନ୍ତି ବୋଲି ଅଭିଯୋଗ ପାଇବା ପରେ ମଙ୍ଗଳବାର ଦିନ ମାନ୍ୟବର ବିଧାୟକ ‘ଚେତାବନୀ ଦିବସ’ ପାଳନ କରିଥିଲେ।

ସମର୍ଥକମାନଙ୍କ ଠାରୁ ଅଭିଯୋଗ ପାଇଁ ଉତ୍‌କ୍ଷିପ୍ତ ସୁରେନ୍ଦ୍ର ସିଂହ କହିଲେ: ଯଦି ସରକାରୀ ଅଧିକାରୀମାନେ ତୁମକୁ ଲାଞ୍ଚ ମାଗୁଛନ୍ତି, ସେମାନଙ୍କୁ ଖୁବ୍‌ ମାଡ଼ ଦିଅ। ତଥାପି ଯଦି ସେମାନେ ସାଧୁତାର ସହ କାମ ନ କରୁଛନ୍ତି. ଜୋତାରେ ବାଡ଼ାଅ।

ଏମିତି ବକ୍ତବ୍ୟ ଦେଇ ସମାଲୋଚିତ ହେବା ପରେ, ସିଂହ ସ୍ପଷ୍ଟିକରଣ ଦେଇ କହିଲେ ଯେ ସେ ଯାହା କହିଛନ୍ତି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ। ତାଙ୍କ ସମର୍ଥକମାନଙ୍କ ପାଇଁ ସେ ଜେଲ୍‌ ଯିବାକୁ ପ୍ରସ୍ତୁତ।

ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ପାଇଁ ଲଜ୍ଜାକର ପରିସ୍ଥିତିର କାରଣ ହେବାରେ ସୁରେନ୍ଦ୍ର ସିଂହ କୁଖ୍ୟାତ।

ସମ୍ବନ୍ଧିତ ଖବର