ବିଜେପି ବିଧାୟକ ସମେତ ୭ ଜଣଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା

ଭଦୋହୀ : ଉତ୍ତର ପ୍ରଦେଶର ଭଦୋହୀ ବିଧାନସଭା ଆସନର ବିଜେପି ବିଧାୟକ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ସମେତ ୭ ଜଣଙ୍କ ବିରୋଧରେ ଆଜି ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଭଦୋହୀ ଏସ୍‌ପି ରାମ ବଦନ ସିଂହ କହିଛନ୍ତି ଯେ ଜଣେ ମହିଳା ଗତ ୧୦ ତାରିଖ ଦିନ ବିଧାୟକ ଓ ତାଙ୍କର କେତେକ ସହଯୋଗୀଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳାଙ୍କୁ ୨୦୧୭ରେ ଅପହରଣ ପରେ ଏକ ହୋଟେଲରେ ପ୍ରାୟ ମାସେ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇଥିଲା। ସେଠାରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିବା ଏତଲାରେ ଦର୍ଶାଯାଇଛି । ସେଠାରେ ତାଙ୍କର ବଳପୂର୍ବକ ଗର୍ଭପାତ କରାଯାଇଥିଲା ବୋଲି ମଧ୍ୟ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ଉକ୍ତ ହ‌େଟେଲ ସମତେ ଅନ୍ୟ କେତେକ ସ୍ଥାନରେ ଯାଞ୍ଚ ଓ ଜେରା ପରେ ଆଜି ବିଧାୟକଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ବିଧାୟକଙ୍କ ପୁତୁରା ଏବଂ ତାଙ୍କ ପରିବାରର ଅନ୍ୟ କେତେକ ସଦସ୍ୟଙ୍କ ନାମ ରହିଛି । ପୀଡ଼ିତା ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ବୟାନ ଦେବେ ଏବଂ ମେଡିକାଲ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର