ମଥୁରାରେ ଷ୍ଟୋର ରୁମ୍‌ ପାଲଟିଛି ଶୌଚାଳୟ, ଶୌଚ ହେବା ପାଇଁ ବାହାରକୁ ଯାଉଛନ୍ତି ଲୋକେ : ହେମା ମାଳିନୀ

ମଥୁରା : ମଥୁରାରେ ସ୍ୱଚ୍ଛ ଭାରତ ଅଭିଯାନ ଠିକ୍‌ ଭାବରେ ପାଳନ କରାଯାଉ ନ ଥିବାକୁ ନେଇ ସ୍ଥାନୀୟ ଲୋକମାନଙ୍କୁ ଦାୟୀ କରିଛନ୍ତି ସାଂସଦ ହେମା ମାଳିନୀ । ମଥୁରାରେ ରହୁଥିବା ଲୋକମାନେ ସ୍ୱଚ୍ଛତାକୁ ନେଇ ସଚେତନ ନୁହନ୍ତି । ଶୌଚ ହେବା ପାଇଁ ଶୌଚାଳୟ ଥାଇ ମଧ୍ୟ ଲୋକେ ବାହାରକୁ ଶୌଚ ହେବାକୁ ଯିବା ପାଇଁ ପସନ୍ଦ କରୁଛନ୍ତି । ଶୌଚାଳୟକୁ ଘରର ଷ୍ଟୋର ରୁମ୍‌ ଭାବେ ଲୋକେ ବ୍ୟବହାର କରୁଛନ୍ତି । ଶୌଚାଳୟ ବ୍ୟବହାର କରିବା ପାଇଁ ସେମାନଙ୍କୁ ପ୍ରଥମେ ସଚେତନ କରାଇବାକୁ ପଡ଼ିବ ବୋଲି ଟିଭି୯ ଭାରତବର୍ଷକୁ ସାକ୍ଷାତକାର ଦେଇ କହିଥିଲେ ହେମା ମାଳିନୀ ।

jansatta.com

ତାଙ୍କ କହିବା ଅନୁଯାୟୀ, ଲୋକେ ଛୋଟ ଛୋଟ କଥା ପାଇଁ ସାଂସଦଙ୍କୁ ଦାୟୀ କରୁଛନ୍ତି । ସାଂସଦଙ୍କ କାମ ନଳା ତିଆରି କରିବା ନୁହେଁ । ଏ କାମ ସରପଞ୍ଚଙ୍କର । କିନ୍ତୁ ଲୋକମାନେ ସେମାନଙ୍କୁ ଅଭିଯୋଗ ନ କରି ସିଧା ସାଂସଦମାନଙ୍କୁ ଦାୟୀ କରୁଛନ୍ତି ବୋଲି କହିଥିଲେ ହେମା ମାଳିନୀ । ପୂର୍ବ ଭଳି ହେମା ମାଳିନୀ ୨୦୧୯ର ଲୋକସଭା ନିର୍ବାଚନ ମଥୁରାରୁ ଲଢ଼ୁଥିବା ବେଳେ ତାଙ୍କୁ ଭିନ୍ନ ଉପାୟରେ ନିର୍ବାଚନୀ ପ୍ରଚାର କରୁଥିବାର ଦେଖା ଯାଇଥିଲା ।

ସମ୍ବନ୍ଧିତ ଖବର