ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରବି କିଶନ

ଗ୍ଵାଲିୟର : ଉତ୍ତରପ୍ରଦେଶର ଗୋରଖପୁରରୁ ଲୋକସଭା ସାଂସଦ ଥିବା ରବି କିଶନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର ସେ ବିମାନ ଯୋଗେ ଗ୍ଵାଲିୟରରୁ ଆସୁଥିବା ସମୟରେ ବିମାନରେ ତ୍ରୁଟି ଯୋଗଁ ମଝି ଆକାଶରେ ଅଟକି ଯାଇଥିଲା ବିମାନ । ଯାହା ପରେ ପାଇଲଟ୍‌ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ପୁଣି ଥରେ ଗ୍ଵାଲିୟର ବିମାନବନ୍ଦରରେ ଅବତରଣ କରାଇଥିଲେ ।

Image result for ravi-kishan
Zee News

ସୂଚନା ମୁତାବକ, ସାଂସଦ ରବି କିଶନ ଗ୍ଵାଲିୟରରେ ଆୟୋଜିତ ହୋଇଥିବା ସ୍ୱେଚ୍ଛାନୁଦାନ ରାଶି ବିତରଣ ସମ୍ମାନ ସମାରୋହରେ ଯୋଗ ଦେବାକୁ ଯାଇଥିଲେ । କାମ ସାରି ଦିଲ୍ଲୀ ଯିବା ପାଇଁ ଗ୍ଵାଲିୟର ବିମାନବନ୍ଦରରେ ପହଞ୍ଚିଥିଲେ ରବି କିଶନ । ତେବେ ବିମାନଟି ଗ୍ଵାଲିୟର ବିମାନବନ୍ଦରରୁ ଉଡ଼ାଣ ଭରି କିଛି ବାଟ ଯିବା ପରେ ଉପରେ ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ଯାହା ପାଇଁ ବିମାନକୁ ଦିଲ୍ଲୀ ଅଭିମୁଖେ ନିଆ ନ ଯାଇ ପୁଣି ଥରେ ଗ୍ଵାଲିୟରରେ ଅବତରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର