ଚାଣକ୍ୟଙ୍କ ନୀତିକୁ ନେଇ ଲୋକସଭାରେ ହୋହାଲ୍ଲା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଶୁକ୍ରବାର ଦିନ ଲୋକସଭାରେ ତୁମ୍ବି ତୋଫାନ ଜାରି ରହିଛି | ବିଜେପି ସାଂସଦମାନେ ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିବାବେଳେ ବିହାରର ବିଜେପି ସାଂସଦ ସଂଞ୍ଜୟ ଜୟସ୍ବାଲ ଚାଣକ୍ୟ ନୀତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି |


ବିହାରର ପଶ୍ଚିମ ଚମ୍ପାରଣରୁ ସାଂସଦ ଥିବା ସଞ୍ଜୟ ଜୟସ୍ବାଲ କହିଛନ୍ତି ଯେ ୨ ହଜାର ବର୍ଷ ତଳେ ବିଦ୍ୱାନ ତଥା ପଣ୍ଡିତ ଚାଣକ୍ୟ କହିଥିଲେ ଯେ ବିଦେଶୀ ମା ଠାରୁ ଜନ୍ମ ହୋଇଥିବା ସନ୍ତାନ କେବେ ବି ଦେଶଭକ୍ତ ହୋଇପାରିବ ନାହିଁ | ଏହାର ଉଦାହରଣ ଆଜି ଦେଖିବାକୁ ମିଳିଛି | ଯେଉଁଭଳି ଭାବରେ ରାହୁଲ ଦେଶକୁ ଲଜ୍ଜିତ କରାଇଛନ୍ତି, ତାହାକୁ ଯେତେ ନିନ୍ଦା କଲେ ବି କମ ହେବ |

ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନେକ ନେତା ସୋନିଆ ଗାନ୍ଧୀ ମୂଳ ଭାବରେ ବିଦେଶୀ ହୋଇଥିବାନେଇ କହିଥିବାବେଳେ ବାରମ୍ବାର ରାହୁଲ ଗାନ୍ଧୀଙ୍କୁ ଇଟାଲୀ ସହ ଯୋଡାଯାଇଥାଏ | ନିକଟରେ ଝାଡଖଣ୍ଡରେ ନିର୍ବାଚନ ବେଳେ ରାହୁଲ ଗାନ୍ଧି ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ ବୋଲି ମନ୍ତବ୍ୟ ଦେଇଥିଲେ ।

ସମ୍ବନ୍ଧିତ ଖବର