ଅଭିନୟ ଏବଂ ରାଜନୀତି କରିବା ପୂର୍ବରୁ ସମ୍ବାଦଦାତା ଥିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ ଆମେଥିରୁ ବିପୁଳ ଭୋଟ ପାଇ ବିଜୟ ହାସଲ କରିଛନ୍ତି ସ୍ମୃତି ଇରାନୀ । କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ସ୍ମୃତି ଇରାନୀ ବିଜୟ ହାସଲ କରିବା ପରେ ଏହାକୁ ଲୋକେ ଐତିହାସିକ ବିଜୟ ବୋଲି କହିବା ଆରମ୍ଭ କରିଛନ୍ତି । ତେବେ ବିଜୟୀ ହେବା ପରେ ଏବେ ସ୍ମୃତିଙ୍କୁ ଅନେକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେଉଥିବା ଦେଖା ଯାଇଛି । ନିକଟରେ ଜିଟିଭିର ସଂପାଦକ ସୁଧୀର ଚୌଧୁରୀଙ୍କୁ ସାକ୍ଷାତକାର ଦେଇ ଏକ ବଡ଼ ରାଜର ଖୁଲାସା କରିଥିଲେ ସ୍ମୃତି । ଅଭିନୟ ଏବଂ ରାଜନୀତି କରିବା ପୂର୍ବରୁ ସେ ସମ୍ବାଦଦାତା ଥିଲେ ବୋଲି କହିଥିଲେ ।

jansatta.com

ସାକ୍ଷାତକାରରେ, ଆପଣଙ୍କ ଦର୍ଶକ ବୋଧ ହୁଏ ଜାଣି ନାହାନ୍ତି କି ମୁଁ ୧୮-୨୦ବର୍ଷ ପୂର୍ବରୁ ସମ୍ବାଦଦାତା(ଷ୍ଟ୍ରିଞ୍ଜର)ଭାବେ କାମ କରୁଥିଲି । ଖବର ସଂଗ୍ରହ କରି ମୁଁ ମିଡିଆ ହାଉସକୁ ଦେବା ସହ ମିଡିଆ ହାଉସରେ ବସିଥିବା ଲୋକଟି ମୁଁ ଦେଇଥିବା ସୂଚନା ଲୋକଙ୍କ ପାଖରେ ପହଞ୍ଚାଉଥିଲା । ସେହି ଲୋକଟି ଆଉ କେହି ନୁହନ୍ତି, ମୋ ଆଗରେ ଏବେ ବସିଥିବା ସୁଧୀର ଚୌଧୁରୀ ହେଉଛନ୍ତି ସେ ଲୋକେ । ସେତେବେଳେ ବୋଧହୁଏ ସୁଧୀର ଚୌଧୁରୀ ଜାଣି ନଥିଲେ ୨୦୧୯ରେ ସେ ମୋର ସାକ୍ଷାତକାର ନେବେ ବୋଲି କହିଥିଲେ ସ୍ମୃତି ।

ସମ୍ବନ୍ଧିତ ଖବର