ବିଜେପି ବିରୋଧରେ ଜେଡି(ଏସ୍‌) ବିଧାୟକ ଆଣିଲେ ସଙ୍ଗୀନ୍‌ ଅଭିଯୋଗ; ଇସ୍ତଫା ଦେବା ଉଦ୍ଦେଶ୍ୟରେ ବିଜେପି ତାଙ୍କୁ ଯାଚିଥିଲା ୩୦ କୋଟି

ସାମ୍ବାଦିକ ସମ୍ମିଳନୀରେ ଜେଡିଏସ୍‌ ବିଧାୟକ କେ ଶ୍ରୀନିବାସ ଗୌଡ଼ା କଲେ ଖୁଲାସା

ବେଙ୍ଗାଲୁରୁ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ଆଜି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଜନତା ଦଳ ସେକୁଲାର (ଜେଡିଏସ୍‌) ବିଧାୟକ କେ ଶ୍ରୀନିବାସ ଗୌଡ଼ା। ବିଧାୟକ ଗୌଡ଼ା ଅଭିଯୋଗ କରି କହିଛନ୍ତି ଯେ ଜେଡିଏସ୍‌ ଦଳରୁ ଇସ୍ତଫା ଦେବା ପାଇଁ ବିଜେପି ତାଙ୍କ ଉପରେ ଚାପ ପକାଇବା ସହ ଏଥିପାଇଁ ତାଙ୍କୁ ୩୦ କୋଟି ଟଙ୍କା ଦେବ ବୋଲି ମଧ୍ୟ କହିଥିଲା।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜେଡିଏସ୍‌ ବିଧାୟକ କେ ଶ୍ରୀନିବାସ ଗୌଡ଼ା ଏହି ଖୁଲାସା କରିବା ସହ ଏଥିପାଇଁ ତାଙ୍କୁ ଅଗ୍ରୀମ ଆକାରରେ ୫ କୋଟି ଟଙ୍କା ସୁଦ୍ଧା ପ୍ରଦାନ କରିଥିଲା ଏବଂ ଯାହାକୁ ସେ ଗ୍ରହଣ ମଧ୍ୟ କରିଥିଲେ। ସାମ୍ବାଦିକମାନଙ୍କୁ ବିଧାୟକ ଶ୍ରୀ ଗୌଡ଼ା କହିଛନ୍ତି, ‘ବିଜେପିର ସି ଏନ୍‌ ଅଶଓ୍ଵନ୍ତନାରାୟଣ, ଏସ୍‌ ଆର୍‌ ବିଶ୍ୱନାଥ ଏବଂ ସି ପି ଯୋଗେଶ୍ୱର ତାଙ୍କ ବାସଭବନକୁ ଆସିଥିଲେ। ଆଉ କହିଥିଲେ ଯଦି ସେ ଜେଡିଏସ୍‌ରୁ ଇସ୍ତଫା ଦିଅନ୍ତି ତେବେ ତାଙ୍କୁ ୩୦ କୋଟି ଟଙ୍କା ଦିଆଯିବ ଏବଂ ଏବାବଦରେ ସେମାନେ ତାଙ୍କୁ ଆଗ୍ରୀମ ଆକାରରେ ନଗଦ ୫ କୋଟି ଦେଇଥିଲେ। ତେବେ, ମୁଁ ତାଙ୍କୁ କହିଥିଲି ମୁଁ ମୋ ଦଳ ପ୍ରତି ବିଶ୍ୱସ୍ତ ଏବଂ ସମର୍ପିତ। ମୁଁ ଏପରି କାମ କରି ପାରିବି ନାହିଁ।। ଏକଥା ମୁଁ ଆମ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କୁ ଜଣାଇ ଦେବି ବୋଲି କହି, ସେମାନେ ମୋତେ ଦେଇଥିବା ୫ କୋଟି ଟଙ୍କାକୁ ସେମାନଙ୍କୁ ଫେରାଇ ଦେଇଥିଲି’ ବୋଲି ସାମ୍ବାଦିକମାନଙ୍କ ଆାରେ ସ୍ୱୀକାର କରିଛନ୍ତି କେ ଶ୍ରୀନିବାସ ଗୌଡ଼ା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ରବିବାର ଦିନ କଂଗ୍ରେସ ଅଭିଯୋଗ କରି କହିଥିଲା ଯେ କର୍ଣ୍ଣାଟକ ବିଧାନସଭାରେ ଥିବା ୧୮ ଜଣ ଦଳୀୟ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ କର୍ଣ୍ଣାଟକର ବିଜେପି ମୁଖ୍ୟ ବି ଏସ୍‌ ୟେଦୁରାପ୍ପା ୨୦୦ କୋଟି ଟଙ୍କାର ଅର୍ଥଲୋଭ ଦେଖାଇଥିଲେ।

ସମ୍ବନ୍ଧିତ ଖବର